ଏହି ସଙ୍କେତରୁ ଜାଣନ୍ତୁ ଶନିଙ୍କ କୋପଦୃଷ୍ଟି ଆପଣଙ୍କ ଉପରେ ରହିଛି! ମୁକ୍ତି ପାଇବା ପାଇଁ ମେ’ ୩୦ରେ କରନ୍ତୁ ଉପାୟ

ଶନିଙ୍କ କୋପକୁ ସମସ୍ତେ ଭୟ କରନ୍ତି। ଶନି ନ୍ୟାୟର ଦେବତା ଏବଂ କର୍ମ ମୁତାବକ ଫଳ ଦିଅନ୍ତି। ଶନି ସେହି ଲୋକମାନଙ୍କ ଉପରେ ନିଜର କୋପଦୃଷ୍ଟି ପକାଇ ଥାଆନ୍ତି, ଯେଉଁମାନେ ଖରାପ କାମ କରନ୍ତି। ଗରିବ, ଅସହାୟ ଓ ଶ୍ରମିକଙ୍କ ଉପରେ ଅତ୍ୟାଚାର କରନ୍ତି। ଏହିଭଳି ଲୋକଙ୍କୁ ଶନି ଉଚିତ୍‌ ଦଣ୍ଡ ଦିଅନ୍ତି ଏବଂ ସେମାନଙ୍କ ଜୀବନରେ ବିଭ୍ରାଟ ଭରି ଦିଅନ୍ତି। ଏଥର ମେ’ ୩୦ରେ ପଡ଼ୁଛି ଶନି ଜୟନ୍ତୀ। ଶନିଙ୍କ ପ୍ରକୋପରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସୁବର୍ଣ୍ଣ ସୁଯୋଗ ଏହି ଦିନ ହିଁ ରହିଛି। ଏହି ଦିନ କରାଯାଇଥିବା ଉପାୟ ଜଲ୍‌ଦି ଫଳ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା, ଶନିଙ୍କ ପ୍ରକୋପ ଆପଣଙ୍କ ଉପରେ ରହିଛି ବୋଲି ଆପଣ କିପରି ଜାଣିବେ।

ଶନି କୋପ କରିଥିବାର ଲକ୍ଷଣ

-ଜ୍ୟୋତିଷ ଶାସ୍ତ୍ର ମୁତାବକ, ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ଖରାପ ପ୍ରଭାବ ପଡ଼ିଥିବ, ତ ତାଙ୍କ କେଶ ଖୁବ୍‌ ଝଡ଼ିବାରେ ଲାଗିବ। ତେବେ ଏହା ପଛର କାରଣ କୌଣସି ରୋଗ ମଧ୍ୟ ହୋଇପାରେ। ଏମିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ସହ ଶନିଙ୍କୁ ପ୍ରସନ୍ନ କରିବାର ବି ଉପାୟ କରନ୍ତୁ।

-ଶନିଙ୍କ ଖରାପ ପ୍ରଭାବ ବ୍ୟକ୍ତିଗତ ଜୀବନ ଏବଂ ବ୍ୟକ୍ତିଗତ କାର୍ଯ୍ୟକୁ କ୍ଷତି ପହଞ୍ଚାଇଥାଏ। ଶନି ଅସନ୍ତୁଷ୍ଟ ଥିଲେ, ବେପାରରେ କ୍ଷତି ଏବଂ ଧନହାନି ହୋଇଥାଏ। ଘରେ ନିଅାଁ ଲାଗି ଯାଇପାରେ। ବ୍ୟକ୍ତିଗତ ଜୀବନରେ ଝଗଡ଼ା ବଢ଼ିଥାଏ ଏବଂ ଘରେ ଅଶାନ୍ତି ଲାଗି ରହିଥାଏ।

-ଶନି ଭାରୀ ହେଲେ ମଥାରେ କଳାପଣ ଆସିଥାଏ କିମ୍ବା ମଥାର ଉଜ୍ଜ୍ୱଳତା କମି ଯାଇଥାଏ। ଏମିତି ହେଲେ ମାନ ସମ୍ମାନ ମଧ୍ୟ ହାନି ହୋଇଥାଏ।

-ଶନିଙ୍କ ପ୍ରକୋପ ଥିଲେ ବ୍ୟକ୍ତି ମାଂସ ଆହାର ଏବଂ ତାମସିକ ଭୋଜନ ଅଧିକ କରିବାକୁ ଲାଗିଥାଏ। ନିଶା, ଜୁଆ ଆଦିରେ ଅଭ୍ୟସ୍ତ ହୋଇଯାଏ। ଅନୈତିକ କାମ କରିବାକୁ ଲାଗିଥାଏ।

-ଶନିଙ୍କ ଅଶୁଭ ପ୍ରଭାବ ବ୍ୟକ୍ତିର ସ୍ୱଭାବରେ ଚିଡ଼ିଚିଡ଼ାପଣ ଓ କ୍ରୋଧ ଭରି ଦେଇଥାଏ। ଏଥି ସହିତ ବ୍ୟକ୍ତି କଥା କଥାରେ ରାଗି ଯାଇଥାଏ।

ମେ’ ୩୦ ଶନି ଜୟନ୍ତୀ ଦିନ ଆପଣ ଶନି ମନ୍ଦିର ଯାଇ ଶନି ଦେବଙ୍କ ପୂଜା କରନ୍ତୁ। ତେଲ, କଳା ରାଶି, ବିରି ଡାଲି ଅର୍ପଣ କରନ୍ତୁ। ତେଲ ଦୀପ ଜଳାନ୍ତୁ। ଗରିବ, ଅସହାୟ ଲୋକଙ୍କୁ ତେଲ, କଳା ରାଶି, ବିରି, କଳା କପଡ଼ା, କଳା ଛତା କିମ୍ବା ଜୋତା ଦାନ କରନ୍ତୁ। ଲୋକଙ୍କୁ ସାହାଯ୍ୟ କରନ୍ତୁ। ଶନି ଚାଳିଶା ପାଠ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.