Below header

ପୁଣି ଭାଇରାଲ୍ ହେଲା ରାନୁଙ୍କ ଏହି ଭିଡିଓ : ଷ୍ଟେଜ୍ ସୋ’ରେ ଗାଇଲେ ଏମିତି ଗୀତ, ତାଳିରେ କମ୍ପି ଉଠିଲା ମାହୋଲ୍

ପଶ୍ଚିମବଙ୍ଗରେ ରହୁଥିବା ରାନୁ ମଣ୍ଡଳ ନିଜର ଏକ ଭିଡିଓ ପାଇଁ ରାତାରାତି ସୁପରଷ୍ଟାର ବନିଯାଇଛନ୍ତି । ଯେଉଁଠାରେ ରାନୁଙ୍କୁ ଦିନେ ରେଲୱେ ଷ୍ଟେସନରେ ଭିକ ମାଗି ଦିନ କାଟିବାକୁ ପଡୁଥିଲା ସେଠାରେ ସେ ଆଜି ନିଜର ଟ୍ଯାଲେଣ୍ଟ ପାଇଁ ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ।

ଆଜି ନିଜର ସ୍ବର ପାଇଁ ରାନୁ ମଣ୍ଡଳ ବଲିଉଡରେ ଏଂଟ୍ରୀ କରିବାରେ ସଫଳ ହୋଇଛନ୍ତି । ନିକଟରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ରାନୁ ଏକ ଷ୍ଟେଜ୍ ସୋ କରୁଥିବାର ନଜର ଆସୁଛନ୍ତି । ଷ୍ଟେଜରେ ଯେତେବେଳେ ରାନୁ ‘ହାପି ହାର୍ଡି ଔର ହୀର୍’ର ଏକ ସଙ୍ଗ ତେରୀ ମେରୀ କାହାନୀ ଗାଇବା ଆରମ୍ଭ କଲେ ସେତେବେଳର ମାହୋଲ ତାଳିରେ କମ୍ପି ଉଠିଥିଲା।

ଦେଖନ୍ତୁ ଭିଡିଓ:

ଏହାସହ ପଢନ୍ତୁ:

ଅଜୟ ଦେବଗନ କିଣିଲେ ଦେଶର ସବୁଠୁ ମହଙ୍ଗା SUV, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ରାନୁଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛି । ଏହାବ୍ୟତିତ ଆଉ ଏକ ଭିଡିଓରେ ରାନୁ ଫିଲ୍ମ ହିରୋର ତୁ ମେରା ହିରୋ ଗୀତ ଗାଉଥିବାର ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓଟି କିଛି ଦିନ ତଳର ପୁରୁଣା ଅଟେ । କହିବାକୁ ଗଲେ ରାନୁଙ୍କ ସ୍ବର ଆଜି ସମସ୍ତଙ୍କ ମନରେ ଘର କରିପାରିଛି । ଯେଉଁଥିପାଇଁ ସେ ଘରେ ଘରେ ଆଜି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.