ସୁରକ୍ଷା ବ୍ୟବସ୍ଥାକୁ ପାର କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କଲେ କିସ୍‌, ଦେଖନ୍ତୁ ଭିଡିଓ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ସମୟରେ ନିଜର ଚାରି ଦିନିଆ ଗସ୍ତରେ କେରଳରେ ଅଛନ୍ତି। ବୁଧବାର ଦିନ ନିଜର ସଂସଦୀୟ କ୍ଷେତ୍ର ଓ୍ଵାୟନାଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏକ ବଡ ଭୂଲ ସାମ୍ନାକୁ ଆସିଛି। ଯାତ୍ରା ସମୟରେ ଅନେକ ଗାଡି ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କିସ୍‌ କରିଦେଲେ।

କିସ୍‌ କରୁଥିବା ବ୍ୟକ୍ତି ପ୍ରଥମେ ରାହୁଲ ଗାନ୍ଧୀଙ୍କ ସହିତ ହାତ ମିଳାଇଲେ। ଏହାପରେ ତାଙ୍କୁ ଟାଣି ଆଣି କିସ୍‌ କରିଦେଲେ। ଅବଶ୍ୟ ଏହି ସମୟରେ ରାହୁଲ ବହୁତ ଅସହଜ ମନେ କଲେ।

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାରରେ ଓ୍ଵାୟନାଡୁ ପହଁଚିଥିଲେ। ରାହୁଲ ଗାନ୍ଧୀ ସେଠାରେ ବନ୍ୟା କାରଣରୁ ବାସହରା ହୋଇଥିବା ଲୋକଙ୍କୁ ଭେଟିଛନ୍ତି। ଓ୍ଵାୟନାଡ କେରଳ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୋଟିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.