ଫ୍ୟାନ୍ସଙ୍କ ସହ ଖରାପ ବ୍ୟବହାର ପରେ ପୁଣି ଥରେ ଗଣମାଧ୍ୟମରେ ଭାଓ ଦେଖାଇଲେ ରାନୁ, ଦେଖନ୍ତୁ ଭିଡିଓ

ରେଲେଓ୍ଵ ଷ୍ଟେସନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଭାଗ୍ୟ ଏପରି ବଦଳିଯିବା ପରେ ସେ ପୋସିଆଲ ମିଡିଆରେ ଷ୍ଟାର ହୋଇଯାଇଛନ୍ତି। ଯେଉଁ ଲୋକମାନଙ୍କ କାନରେ ତାଙ୍କର ମଧୁର କଣ୍ଠସ୍ୱର ପହଞ୍ଚିଥିଲା ସେମାନେ ମଧ୍ୟ ରାନୁଙ୍କର ଫ୍ୟାନ୍ସ ହୋଇଯାଇଛନ୍ତି। ବର୍ତ୍ତମାନ ଲକ୍ଷ ଲକ୍ଷ ଫ୍ୟାନ୍ସମାନେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ମଧ୍ୟ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଗତ କିଛି ତଳେ ରାନୁଙ୍କର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ତାଙ୍କର ଜଣେ ଫ୍ୟାନ୍ସଙ୍କ ଉପରେ ରାଗି ଯାଇ ଖରାପ ବ୍ୟବହାର କରିଥିଲେ। ସେହିପରି ବର୍ତ୍ତମାନ ରାନୁଙ୍କର ଆଉ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଗଣମାଧ୍ୟମ ଆଗରେ ଖୁବ୍‌ ଭାଓ ଦେଖାଇଛନ୍ତି। ରାନୁ ମଣ୍ଡଳଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗଣମାଧ୍ୟମ ତାଙ୍କୁ ଯେତେବେଳେ ପ୍ରଶ୍ନ ପଚାରିଥିଲା, ସେହି ସମୟରେ ରାନୁ ଖାଉଥିବାରୁ ଗଣମାଧ୍ୟମକୁ ଅଣଦେଖା କରିଥିଲେ। ତାଙ୍କ ଭାଓରୁ ଜଣାପଡୁଥିଲା କି ପଚାରାଯାଉଥିବା ପ୍ରଶ୍ନ ଉପରେ ତାଙ୍କୁ ଯେପରି କିଛି ଫରକ୍‌ ପଡୁନାହିଁ।

ranu -ଏହି ଭିଡିଓରେ ରିପୋର୍ଟର ରାନୁଙ୍କର ପ୍ରଶଂସା କରିବା ସହ ପ୍ରଶ୍ନ ପଚାରିଥିଲେ, ‘କଣ ସ୍ୱପ୍ନ ସତ ହୋଇଥାଏ, ଆପଣଙ୍କୁ ଏଭଳି ଏକ ସ୍ତରରେ ସଫଳତା ମିଳିଲା କଣ ରହିଛି ଆପଣଙ୍କ ଅନୁଭୂତି’। ଏହି ପ୍ରଶ୍ନ ପଚାରିବା ମଧ୍ୟରେ ରାନୁ ନିଜ ବ୍ୟାଗରୁ କିଛି ଖାଇବା ଜିନିଷ ବାହାର କରି ଖାଇଥିଲେ ଏବଂ ପୁଣି ଥରେ ଚାରିଆଡକୁ ଅନାଇ କହିଥିଲେ ମତେ କିଛି ଶୁଣାଯାଇନାହିଁ। ଏହାପରେ ରିପୋର୍ଟର ମଧ୍ୟ ନିଜର ପ୍ରଶ୍ନକୁ ଦ୍ୱିତୀୟ ଥର ପଚାରିଥିଲେ। ବର୍ତ୍ତମାନ ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାନୁଙ୍କୁ ପୁଣି ଥରେ ଆଲୋଚନାର ସାମ୍ନା କରିବାକୁ ପଡିଛି।

https://www.instagram.com/p/B4mLIj5Brxi/?utm_source=ig_web_copy_link

ଏହାସହ ପଢନ୍ତୁ: ବହୁତ ଜଲଦି ବିବାହ କରିବେ କାଜଲ ଅଗ୍ରଓ୍ଵାଲ, ସ୍ୱାମୀଙ୍କ ଠାରୁ ରଖିଛନ୍ତି ଏହି ସବୁ ଆଶା

ଏହା ପୂର୍ବରୁ ରାନୁ ମଣ୍ଡଳଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ଚାରିଆଡେ ଲୋକମାନେ ଘେରି ରହିଥିବା ବେଳେ ଜଣେ ମହିଳା ପ୍ରଶଂସକ ଆସି ତାଙ୍କ ହାତକୁ ଧରି ସେଲ୍ଫି ନେବା ପାଇଁ କହିଥିଲେ। ଏତିକିରେ ହିଁ ରାନୁ ମଣ୍ଡଳ ରାଗି ଯାଇ ମହିଳାଙ୍କ ଉପରେ ରାଗି ଯାଇଥିଲେ। ଭିଡିଓରେ ରାନୁ ମହିଳା ପ୍ରଶଂସକଙ୍କୁ କହିଥିଲେ, ‘ଆପଣ ମତେ ଛୁଇଁଲେ କେମିତି? ବର୍ତ୍ତମାନ ମୁଁ ସେଲିବ୍ରିଟି ହୋଇସାରିଛି।’ ଏହି ଭିଡିଓରେ ରାନୁ ଖୁବ୍‌ ରାଗି ଯାଇଥିବାର ମଧ୍ୟ ନଜର ଆସିଛନ୍ତି। କିନ୍ତୁ ମହିଳା ପ୍ରଶଂସକ ଜଣକ ରାନୁଙ୍କର ଏଭଳି ବ୍ୟବହାରରେ ଖରାପ ନ ଭାବି ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.