ପିତା ରୁଷି କପୁରଙ୍କୁ ମନେ ପକେଇ ଭାବୁକ ହେଲେ ରଣବୀର କପୁର, ସେୟାର କଲେ ଏମିତି କିଛି ବାର୍ତ୍ତା……

ଅଭିନେତା ରଣବୀର କପୁର ବର୍ତ୍ତମାନ ସମୟରେ ନିଜ ବହୁ ପ୍ରତିକ୍ଷିତ ଫିଲ୍ମ “ଶମଶେରା”କୁ ନେଇ ଚର୍ଚ୍ଚାରେ ଅଛନ୍ତି । ହୁଏତ ପ୍ରଥମ ଥର ପାଇଁ କୌଣସି ଫିଲ୍ମରେ ଅଜବ ଅନ୍ଦାଜ ଦେଖିବାକୁ ମିଳିଛି । ରଣବୀରଙ୍କ କ୍ୟାରିୟରର ଏହି ଫିଲ୍ମ ପ୍ରଥମ ଆକ୍ସନ ଏଣ୍ଟରଟେନର ଫିଲ୍ମ ହେବାକୁ ଯାଉଛି । “ଶମସେରା”ରେ ରଣବୀରଙ୍କ ଲୁକ ସାମ୍ନାକୁ ଆସିବା ପରେ ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ଅବଶ୍ୟ ନିଜ କ୍ୟାରିୟରରେ ଏବେ ପିକରେ ଥିବାରୁ ନିଶ୍ଚିତ ରୂପେ ରଣବୀର ମନେ ମନେ ଖୁସି ହେଉଥିବେ । କିନ୍ତୁ ତାଙ୍କ ଅନୁଯାୟୀ ଏହି ଖୁସି ତାଙ୍କର ଦୁଇଗୁଣିତ ହୋଇଥାନ୍ତା ଯଦି ଏହି ସମୟରେ ରଣବୀରଙ୍କ ସହ ତାଙ୍କ ବାପାଥାନ୍ତେ । ତାଙ୍କ ପିତା ଜୀବିତ ଥିଲେ ଏବେ ଖୁବ ଖୁସି ହୋଇଥାନ୍ତେ ବୋଲି ରଣବୀର କହିଛନ୍ତି ।

ରଣବୀର କପୁର ନିଜ କ୍ୟାରିୟରରେ ସାଧାରଣତଃ ସିମ୍ପଲ ରୋଲ ହିଁ କରିଥାନ୍ତି । ଯେଉଁଥିରେ ତାଙ୍କ ଛବି ଜଣେ ଚୁଲବୁଲ ଯୁବକ ତଥା ଚକୋଲେଟ ବୟ ଭାବରେ ଦେଖାଦେଇ ଆସିଛି । କିନ୍ତୁ ଖୁବ ଶୀଘ୍ର ରଣବୀରଙ୍କ ଛବିରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । ଆଉ ନିଜର ଏହି ନୂଆ ଅବତାର ରଣବୀର ତାଙ୍କ ପିତାଙ୍କୁ ଦେଖେଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ପୁଅର ଏହି ଅବତାର ଦେଖିବାକୁ ରଣବୀରଙ୍କ ପିତା ରୁଷି କପୁର ଆଉ ଜୀବିତ ନାହାନ୍ତି । ପିତାଙ୍କୁ ମନେ ପକେଇ ରଣବୀର କହିଛନ୍ତିକି, ” କାସ ମୋ ପିତା ଏହି ଫିଲ୍ମ ଦେଖିବାକୁ ଜୀବିତ ଥାନ୍ତେ । କାରଣ ନିଜ ମତକୁ ନେଇ ସେ ସବୁବେଳେ ସ୍ପଷ୍ଟ ଥାନ୍ତି । ଯାହା ତାଙ୍କର ପସନ୍ଦ କିମ୍ବା ଅପସନ୍ଦ ନିଜେ କହିଦେଇଥାନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଫିଲ୍ମ ଉପରେ ମତ ଦେବାକୁ ସେ ଆଉ ଏହି ଦୁନିଆରେ ନାହାନ୍ତି ।”

“ଶମଶେରା”ରେ ରଣବୀର ଜଣେ ଡକାୟତ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଯେବେକି ସଞ୍ଜୟ ଦତ୍ତ ଜଣେ ଭିଲିଆନ ତଥା ବ୍ରିଟିଶ ଜେନେରାଲ ପୋଲିସ କର୍ମୀ ଭୂମିକାରେ ନଜର ଆସୁଛନ୍ତି । କରଣ ମଲହୋତ୍ରା ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଜୁଲାଇ ୨୨ ତାରିଖରେ ପରଦାକୁ ଆସିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.