Below header

ଫିଲ୍ମ ‘ଜୟେସ ଭାଇ ଜୋରଦାର’ର ପ୍ରଥମ ଝଲକରେ ଏପରି ନଜର ଆସିବେ ଅଭିନେତା ରଣବୀର ସିଂହ

ବର୍ତ୍ତମାନ ସମୟରେ ହିନ୍ଦୀ ସିନେମା ଜଗତରେ ନମ୍ବର ୧ ତାଲିକାରେ ଥିବା ରଣବୀର ସିଂହ ନିଜ କ୍ୟାରିୟରର ସବୁଠୁ ଦମଦାର ଚରିତ୍ରର ଏକ ଦୃଶ୍ୟ ନେଇ ଲୋକଲୋଚନକୁ ଆସିଛନ୍ତି । ଏବେ ରଣବୀର ଗୁଜୁରାଟର ଏକ ଅଜଣା ସ୍ଥାନରେ “ଜୟେସ ଭାଇ”ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଚରିତ୍ର ପାଇଁ ରନବିରଙ୍କୁ ନିଜ ଓଜନ ଘଟାଇବାକୁ ପଡିଛି । ଏହା ସହ ତାଙ୍କ ଲୁକ ସହ ତାଙ୍କ ହାବଭାବ ମଧ୍ୟ ଏକ ଗୁଜୁରାଟି ଯୁବକ ଭଳି ହୋଇଥିବା ଲକ୍ଷ କରାଯାଇଛି । ସୂଚନା ଅନୁଯାୟୀ ଏହି ସିନେମାରେ ଥିବା ‘ଜୟେସ ଭାଇ’ ଚରିତ୍ର ପ୍ରଚଳିତ ହିନ୍ଦୀ ସିନେମା ହିରୋ ଚରିତ୍ର ମାନଙ୍କ ଠାରୁ ସାମାନ୍ୟ ଭିନ୍ନ ବୋଲି ମଧ୍ୟ ଜଣା ଯାଇଛି ।

jayes bhai jordar
ମହିଳା ସଶକ୍ତି କରଣ ଉପରେ ଆଧାରିତ ଏହି ସିନେମାରେ ରଣବୀରଙ୍କ ନାୟିକା ଭାବେ ଦେଖାଦେବେ ନବାଗତ ଅଭିନେତ୍ରୀ ଶାଳିନୀ ପାଣ୍ଡେ । ଫିଲ୍ମ ଟିର ପ୍ରଥମ ଝଲକ ଲୋକ ଲୋଚନକୁ ଆସିବା ସମୟରେ ରଣବୀର ପ୍ରକାଶ କରିଥିଲେ । ସେ କହିଥିଲେ ଚାର୍ଲି ଚାପିଲିଙ୍ଗଙ୍କ ଅନୁଯାୟୀ ମଣିଷକୁ ନିଜର ସବୁ କଷ୍ଟକୁ ସାମ୍ନାକୁ ଆଣିବା ନିହାତି ଦରକାର । ସେହିପରି ଏହି ସିନେମାରେ ମୋ ଚରିତ୍ର ଏକ ସାଧାରଣ ଲୋକଟେ କୌଣସି ଏକ ଅସାଧାରଣ ସ୍ଥିତିରେ କେମିତି ନିଜ ବୁଦ୍ଧି ଖଟେଇ ଥାଏ ସେ ନେଇ ପର୍ଯ୍ୟବେସିତ ହୋଇଛି । ଏହି ଚରିତ୍ରଟି ବେଶ ସମ୍ବେଦନଶୀଳ ଓ ଦୟାଳୁ ।

ଏହା ସହ ପଢନ୍ତୁ: ପରଦାକୁ ଆସିବ ‘ସାବାସ୍ ମିଥୁ’, ମିତାଲିଙ୍କ ବାୟୋପିକରେ ନଜର ଆସିବେ ତାପସୀ

ପୁରୁଷ ପ୍ରଧାନ ସମାଜରେ କିପରି ମହିଳାଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ‘ଜୟେଷ ଭାଇ ଜୋରଦାର’ କାହାଣୀଟି ପର୍ଯ୍ୟବେସିତ । ତଥ୍ୟ ଅନୁଯାୟୀ ଫିଲ୍ମ ଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦିବ୍ୟାଙ୍ଗ ଠାକରେ । ତାଙ୍କର ଏହି ଚରିତ୍ର ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଇବା ସହ ଏକ ଉଚିତ ଶିକ୍ଷା ଦେବ ବୋଲି ରଣବୀର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.