ପୁଣି ନିଜର କଳା ସାମ୍ରାଜ୍ୟ ଆରମ୍ଭ କଲେଣି ଭଣ୍ଡ ବାବା ନିତ୍ୟାନନ୍ଦ

ଦୁଷ୍କର୍ମ ଅଭିଯୋଗରେ ଫେରାର୍ ଏବଂ ଭାରତରୁ ପଳାୟନ କରିଥିବା ବିବାଦରେ ସ୍ବୟଭୁ ବାବା ନିତ୍ୟାନନ୍ଦଙ୍କ ବିଷୟରେ ଖବର ସାମ୍ନାକୁ ଆସିଛି। ବାବା ଦକ୍ଷିଣ ଆମେରିକୀ ମହାଦ୍ବୀପରେ ତ୍ରିନିଦାଦ ଏବଂ ଟୋବେଗୋ ନିକଟରେ ଇକ୍ବାଡୋର ପାଖରେ ଏକ ଦ୍ବୀପରେ ନିଜର ନୂଆ ଦେଶ ଅକ୍ତିୟାର କରିଛନ୍ତି। ସୂଚନା ଅନୁଯାୟୀ ବାବା ନିତ୍ୟାନନ୍ଦ ଏହି ଦେଶର ନାଁ କୈଳାସ ରଖିଛନ୍ତି। ସେ ନେପାଳର ରାସ୍ତାରୁ ଇକ୍ବାଡୋର ଫେରାର୍ ହୋଇଯାଇଥିବା ଘଟଣାରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

କର୍ଣ୍ଣାଟକରେ ଏକ ଦୁଷ୍କର୍ମ ଘଟଣାରେ ବାବା ନିତ୍ୟାନନ୍ଦ ବଞ୍ଚିତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ବାବାଙ୍କ ଉପରେଅଭିଯୋଗ ରହିଛି ବାବା ନିଜର ଆଶ୍ରମ ଚଳାଇବା ପାଇଁ ପିଲାମାନଙ୍କୁ ଅପହରଣ କରି ନେଇ ଶ୍ରଦ୍ଧାଳୁମାନଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ବାଧ୍ଯ କରୁଥିଲେ। ଏହି ଘଟଣାରେ ପୋଲିସ ବାବାଙ୍କର ଦୁଇ ଅନୁଯାୟୀଙ୍କୁ ଗିରଫ କରିସାରିଛି।

Nithyanand

ଏହାସହ ପଢନ୍ତୁ: ବର ଶୋଭାଯାତ୍ରା ବେଳେ ବରଯାତ୍ରୀମାନେ ଉଡ଼ାଇଦେଲେ ୯୦ ଲକ୍ଷ ଟଙ୍କା! ରାସ୍ତାରେ ବିଛେଇ ହୋଇଗଲା ନୋଟ୍‌ର ଚାଦର

ସୂଚନା ମୁତାବକ ବାବା ନିତ୍ୟାନନ୍ଦ ଏହି ନୂଆ ଦୋର ସ୍ବେସାଇଟ୍ ମଧ୍ଯ ତିଆରି କରିସାରିଛନ୍ତି। ଏହି ୱେବସାଇଟରେ ଦାବି କରାଯାଇଛି କୈଳାସ ବିନା ସୀମାର ଦେଶ ରହିଛି ଯାହକୁ ବିଶ୍ବରେ ବେଦଖଲ ହିନ୍ଦୁମାନଙ୍କ ଦ୍ବାରା ସ୍ଥାପନା କରାଯାଇଛି। ୱେବସାଇଟରେ କୈଳାସକୁ ହିନ୍ଦୁମାନଙ୍କର ରାଷ୍ଟ୍ର ବୋଲି ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ ଗତ ୨୧ ନଭେମ୍ବରରେ ଗୁଜୁରାଟ ପୋଲିସ କହିବାନୁଯାୟୀ ବାବା ନିତ୍ୟାନନ୍ଦ ଦେଶ ଛାଡି ଫେରାର୍ ହୋଇଯାଇଛନ୍ତି।

Leave A Reply

Your email address will not be published.