ବିଦ୍ୟାଳୟରେ ଶିକ୍ଷକ ପଦବି ପୂରଣ ଦାବିର ଅଭିନବ ପ୍ରତିବାଦ, ବେଲଘରରୁ ୨୬କିମି ଚାଲିଚାଲି ଗଲେ ୫୪ ଛାତ୍ର

ବାଲିଗୁଡ଼ା (କେନ୍ୟୁଜ୍): ଶିକ୍ଷକ ପଦବି ପୂରଣ ପାଇଁ ଅନ୍ତେବାସୀଙ୍କ ଭିନ୍ନ ଢଙ୍ଗରେ ଦାବି ଉପସ୍ଥାପନ। ହଷ୍ଟେଲ ଛାଡି ୨୬ନ କିମି ବାଟ ଚାଲିଲେ ୫୪ ଛାତ୍ର । କନ୍ଧମାଳ ତୁମୁଡିବନ୍ଧ ବ୍ଳକ୍ ବେଲଘର ସେବାଶ୍ରମ ହାଇସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଛାତ୍ରମାନେ ପ୍ରବଳ ଥଣ୍ଡାରେ ୨୬ କିଲୋମିଟର ଚାଲି ଚାଲି ବେଲଘରରୁ ଘାଟି ପାହାଡ ଅତିକ୍ରମ କରି ତୁମୁଡିବନ୍ଧରେ ପହଞ୍ଚିଛନ୍ତି । ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନଥିବାରୁ ଛାତ୍ରମାନେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ଛାତ୍ରମାନେ ହଷ୍ଟେଲ ଛାଡିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଯାଏ ପ୍ରଶାସନ ଛାତ୍ରଙ୍କ ପାଖରେ ପହଞ୍ଚି ପାରିନି।

Leave A Reply

Your email address will not be published.