ଟି ସିରିଜର ଏମଡ଼ି ଭୂଷଣ କୁମାରଙ୍କ ନାଁରେ ଆସିଲା ବଳାତ୍କାର ଅଭିଯୋଗ, ଘଟଣାକୁ ନେଇ ନିରବ ଅଛନ୍ତି ପତ୍ନୀ

ମ୍ୟୁଜିକ କମ୍ପାନୀ ଟି.ସିରିଜର ଅନେକ ଲୋକପ୍ରିୟତା ରହିଛି। ଏହି କମ୍ପାନୀ ମ୍ୟୁଜିକ ଇଣ୍ଡଷ୍ଟ୍ରି ଦୁନିଆରେ ନିଜ ଶ୍ରୋତା ମାନଙ୍କୁ ଅନେକ ହିଟ ଗୀତ ସହିତ ମ୍ୟୁଜିକ ଭିଡିଓ ଭେଟିଦେଇଛି ।  ଏହି ମ୍ୟୁଜିକ କମ୍ପାନୀର ଅନେକ ଭିଡିଓକୁ ଦର୍ଶକ ମାନେ ମଧ୍ୟ ପସନ୍ଦ କରିଛନ୍ତି । ଏହି କମ୍ପାନୀର ସଂପାଦକ ହେଉଛନ୍ତି ଗୁଲଶନ କୁମାର । ଯାହାଙ୍କୁ କ୍ୟାସେଟ କିଙ୍ଗ ଭାବରେ ସମସ୍ତେ ଜାଣନ୍ତି । ତାଙ୍କ ପୁଅ ଭୂଷଣ କୁମାର ଏବେ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ପଦରେ ଥିବା ବେଳେ ତାଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ଆସିଛି । ତାଙ୍କ ନାଁରେ ଆସିଛି ବଳାତ୍କାର ଅଭିଯୋଗ । ଜଣେ ସଫଳ ମ୍ୟୁଜିକ କମ୍ପାନୀର ମାଲିକଙ୍କ ନାଁରେ ଅଭିଯୋଗ ଆସିବା କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । କିନ୍ତୁ ଏହା ହିଁ ସତ । ତାଙ୍କ ନାଁରେ ମୁମ୍ବାଇ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । ଏମିତି ଏକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ ।

bhusan kumar

କାମ ଦେବାର ଲୋଭ ଦେଖାଇ ତାଙ୍କୁ ଭୂଷଣ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ । ଭୂଷଣ କୁମାରଙ୍କ ନାଁରେ ମୁମ୍ବାଇର ଡିଏନଏ ନଗର ପୋଲିସ ଏହି କେସ ଫାଇଲ୍ କରିଥିବା ବେଳେ ଏଯାବତ ଭୂଷଣଙ୍କୁ ଗିରଫ କରାଯାଇ ନାହିଁ । ଏନେଇ ତଦନ୍ତ ଦାୟିତ୍ୱରେ ଥିବା ପୋଲିସକୁ ଉପଯୁକ୍ତ ପ୍ରମାଣ ମିଳିପାରିନାହିଁ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଭୂଷଣ କୁମାର ତାଙ୍କର କିଛି ପ୍ରାଇଭେଟ ଫୋଟ ଓ ଭିଡିଓକୁ ଭାଇରାଲ କରିବାକୁ କହି ଧମକ ଦେଇ ଆସୁଥିଲେ । ୨୦୧୭ ରୁ ୨୦୨୦ ମ୍ୟୁଜିକ କମ୍ପାନୀ ଟି.ସିରିଜ ବିଷୟରେ ଆପଣ ଭଲ ଭାବରେ ଜାଣିଥିବେ ।  ଏହି ମ୍ୟୁଜିକ କମ୍ପାନୀର ଅନେକ ଭିଡିଓକୁ ପସନ୍ଦ କରନ୍ତି ଦର୍ଶକ । ଏମିତି ଜଣେ ସଫଳ ମ୍ୟୁଜିକ କମ୍ପାନୀର ମାଲିକଙ୍କ ନାଁରେ ଅଭିଯୋଗ ଆସିବା କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ ।

ଏହା ହିଁ ସତ | କିଛି ଦୋଷୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।   ଏହା ପୂର୍ବରୁ ମଧ୍ୟ ଭୂଷଣ କୁମାରଙ୍କ ନାଁରେ ମି-ଠୁ ଜରିଆରେ ଜଣେ ମଡେଲ ଯୌନଶୋଷଣର ଅଭିଯୋଗ ଆଣି ସାରିଛନ୍ତି । କିନ୍ତୁ ଏବାବଦରେ ମିଡିଆ ଆଗରେ କିଛି ବି କହି ନାହାନ୍ତି ଭୂଷଣ କୁମାର । ତାଙ୍କ ନାଁରେ ଏପରି ଅଭିଯୋଗ ଆସିବା ପରେ, ଭୂଷଣଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋସ୍ଲା ବି ନିରବ ରହିଛନ୍ତି । ଦିବ୍ୟା ସବୁବେଳେ ଅନ୍ୟ କଳାକାରଙ୍କ ପାଇଁ ସ୍ୱର ଉଠାଉଥିବା ବେଳେ ଦିବ୍ୟାଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ଏବାବଦରେ ମିଡିଆ ଆଗରେ କିଛି ବି କହି ନାହାନ୍ତି ଭୂଷଣ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.