Below header

ବିଗବସ 13: ରଶ୍ମି ଦେଶାଇଙ୍କୁ କାନ୍ଦୁଥିବାର ଦେଖି ନିଜକୁ ରୋକି ପାରିଲେ ନାହିଁ ସିଦ୍ଧାର୍ଥ ଶୁକ୍ଳା, ଦେଖନ୍ତୁ ଭିଡିଓ

ବିଗବସ 13ରେ ଆଜିକାଲି ପ୍ରତିଯୋଗୀଙ୍କ ଘରଲୋକ ଏଣ୍ଟ୍ରି କରୁଛନ୍ତି । ବିଗବସରେ ଚାଲିଥିବା ଫ୍ୟାମିଲି ୱିକରେ ବର୍ତ୍ତମାନ ସମସ୍ତ ସଦସ୍ୟଙ୍କ ଘରଲୋକ ବିଗବସ ଘରକୁ ଆସିବେ ଏବଂ ଅନେକଦିନ ପରେ ନିଜ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ । ତେବେ ଏହି ମଉକାରେ ବିଗବସ ରଶ୍ମି ଦେଶାଇଙ୍କ ମମି କିମ୍ବା ଭାଇଙ୍କୁ ନପଠାଇ ତାଙ୍କ ଭଣଜା ଏବଂ ଭାଣିଜୀଙ୍କୁ ବିଗବସ ହାଉସକୁ ପଠାଇଛନ୍ତି । ଯାହାଙ୍କୁ ଦେଖି ରଶ୍ମି ଦେଶାଇ ବହୁତ ଭାବୁକ ହୋଇପଡିଛନ୍ତି । ତେବେ ନିଜର ଭଣଜା, ଭାଣିଜୀଙ୍କୁ ବିଗବସ ହାଉସରେ ଦେଖି ଇମୋସନାଲ ହୋଇ କାନ୍ଦି ପକାଇଛନ୍ତି ରଶ୍ମି ଦେଶାଇ । ଯାହାକୁ ଦେଖି ସିଦ୍ଧାର୍ଥ ଶୁକ୍ଳା ନିଜକୁ ରୋକି ପାରିନାହାନ୍ତି । ରଶ୍ମି ଦେଶାଇଙ୍କୁ କାନ୍ଦୁଥିବାର ଦେଖି ସିଦ୍ଧାର୍ଥ ତାଙ୍କ ପାଖକୁ ଯାଇ ତାଙ୍କୁ ଚୁପ କରାଇବାକୁ ଚେଷ୍ଟା କରିଛନ୍ତି ।


ତେବେ ଏହାକୁ ନେଇ ବିଗବସର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରଲ ହେବାରେ ଲାଗିଛି ଯାହାକୁ କଲର୍ସ ଟିଭି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ଏହି ଭିଡିଓରେ ରଶ୍ମି ଦେଶାଇ ନିଜ ପରିବାରକୁ ମନେପକାଇ କାନ୍ଦିବାରେ ଲାଗିଛନ୍ତି ଯାହାକୁ ଦେଖି ସିଦ୍ଧାର୍ଥ ଶୁକ୍ଳା ନିଜକୁ ରୋକିପାରିନାହାନ୍ତି । ତାପରେ ସେ ରଶ୍ମି ଦେଶାଇଙ୍କ ନିକଟକୁ ଯାଇ ତାଙ୍କୁ ଚୁପ କରାଇବାକୁ ଚେଷ୍ଟା କରିଛନ୍ତି ଏବଂ ତାଙ୍କୁ ପାଣି ମଧ୍ୟ ପିଆଉଛନ୍ତି । ବିଗବସର ଏହି ଭିଡିଓରେ ଲୋକମାନେ ଖୁବ କମେଣ୍ଟ କରୁଥିବାର ଦେଖିବାକୁ ମିଳିଛି । ତାସହିତ ସିଦ୍ଧାର୍ଥ ଓ ରଶ୍ମିଙ୍କର ଏହି ଦୋସ୍ତିକୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି ।

ବିଗବସର ଏହି ପ୍ରୋମୋ ଭିଡିଓରେ ଦେଖିବାକୁ ମିଳିଛି ଯେ ରଶ୍ମି ଦେଶାଇଙ୍କ ଭଣଜା ଓ ଭାଣିଜୀ ମିଶି ସିଦ୍ଧାର୍ଥଙ୍କ ସହିତ ତାଙ୍କର ପୁଣିଥରେ ବନ୍ଧୁତା କରାଉଛନ୍ତି । ଏହାସହିତ ସେମାନେ ରଶ୍ମୀଙ୍କୁ କହୁଛନ୍ତି ଯେ “ତୁମେ ସିଦ୍ଧାର୍ଥ ଭାଇଙ୍କ ସହ ବନ୍ଧୁତା କାହିଁକି ଭାଙ୍ଗିଲ ?” ଆଉ ତାପରେ ଦୁହେଁ ମିଶି ପୁଣିଥରେ ସିଦ୍ଧାର୍ଥ ଓ ରଶ୍ମିଙ୍କ ମଧ୍ୟରେ ବନ୍ଧୁତା କରାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.