Below header

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତ ରତ୍ନ ପ୍ରଦାନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମିଳି ନାହିଁ ଭାରତ ରତ୍ନ ସମ୍ମାନ । ତାଙ୍କ ଭଳି ଜଣେ ମହାନ୍‌ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ଉଚିତ । ଏଭଳି ଯୁକ୍ତି ଦର୍ଶାଇ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ ବୋବଡ଼େ, ଜଷ୍ଟିସ୍‌ ବି.ଆର ଗବାଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସେମାନେ ମତ ଦେଇଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ ଭାରତ ରତ୍ନ ସମ୍ମାନ ଠାରୁ ଅନେକ ଊର୍ଦ୍ଧ୍ୱରେ । କାରଣ ପୂରା ଦୁନିଆର ଲୋକେ ତାଙ୍କୁ ସମ୍ମାନ କରନ୍ତି ।
ଅନୀଲ ଦତ୍ତ ଶର୍ମାଙ୍କ ତରଫରୁ ଏ ନେଇ ଆବେଦନ କରାଯାଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବୋବଡେ କହିଛନ୍ତି କି ଆମେ ଆବେଦନକାରୀଙ୍କ ଭାବନାକୁ ସମ୍ମାନ ଜଣାଉଛୁ । ତେବେ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇ ପାରିବ ନାହିଁ । ଏ ସମ୍ପର୍କରେ ଆପଣ କେନ୍ଦ୍ର ସରକାରଙ୍କୁ ଆବେଦନ କରି ପାରିବେ । ତେବେ ମହାତ୍ମା ଗାନ୍ଧୀ ଏ ସବୁ ସମ୍ମାନର ବହୁ ଊର୍ଦ୍ଧ୍ୱରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.