ଡ୍ରଗ୍ସ କନେକ୍ସନରେ ଅଛନ୍ତି ବଲିଉଡର ଅନେକ ସେଲିବ୍ରିଟି, ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ବି ସାମିଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନଏସବି ତଦନ୍ତ ଜାରି ରଖିଛି । ଡ୍ରଗ୍ସ କାରବାର ସହ ରିୟା ଚକ୍ରବର୍ତ୍ତୀଙ୍କ ଲିଙ୍କ ଥିବା ଜଣାପଡିବା ପରେ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇ ରଖାଯାଇଛି । ରିୟାଙ୍କୁ ପଚରାଉଚୁରା ଆରମ୍ଭ କରାଯିବା ପରଠାରୁ ହିଁ ଆଶଙ୍କା ଥିଲାକି ରିୟା ଡ୍ରଗ୍ସ ସହ ଜଡିତ ଥିବା ବଲିଉଡ କଳାକାରଙ୍କ ନାଁ ନେଇପାରନ୍ତି । ରିୟା ନିଜ ବୟାନରେ ୨୫ ଜଣ ବଲିଉଡ଼ କଳାକାରଙ୍କର ଡ୍ରଗ୍ସ କାରବାର ସହ ଲିଙ୍କ ଥିବା ନେଇ କହିଛନ୍ତି । ରିୟାଙ୍କ ଅନୁଯାୟୀ ଏମାନେ ଡ୍ରଗ୍ସ ନେବା ସହ ବିଭିନ୍ନ ଡ୍ରଗ୍ସ ପାର୍ଟିରେ ମଧ୍ୟ ସାମିଲ ହୁଅନ୍ତି ।

rhea

ମିଡ଼ିଆ ରିପୋର୍ଟ ଅନୁଯାୟୀ, ୨୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବାବଦରେ ଜଣାପଡିଛି । ଆଉ ଏମାନଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ସିଂହଙ୍କ ପରି ବଲିଉଡ ଷ୍ଟାରଙ୍କ ନାଁ ଥିବା ଜଣାପଡିଛି ।ଖାଲି ସେତିକି ନୁହେଁ, ସୈଫ ଓ ଅମୃତାଙ୍କ କନ୍ୟା ସାରାଙ୍କ ବାବଦରେ ସୁଶାନ୍ତଙ୍କ ସାଙ୍ଗ ସାମୁଏଲ ହକିପ ବି ଅନେକ ଖୁଲାସା କରିଛନ୍ତି । ଫିଲ୍ମ “କେଦାରନାଥ” ସୁଟିଙ୍ଗ ସମୟରେ ଉଭୟ ସୁଶାନ୍ତ ଓ ସାରା ପରସ୍ପର ସହ ଡେଟିଙ୍ଗ କରୁଥିଲେ ମଧ୍ୟ ପରେ ସେମାନଙ୍କ ବ୍ରେକଅପ ହୋଇଯାଇଥିଲା । କିନ୍ତୁ ଡ୍ରଗ୍ସ ବ୍ୟାପାରରେ ସାରାଙ୍କ ହାତ ରହିଥିଲା ।

ଆଉ ମଧ୍ୟ ଜଣା ଯାଇଛିକି, ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କନେକ୍ସନରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ନାଁ ବି ନେଇଛନ୍ତି । ୨୦୦୯ ରେ ରକୁଲ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ରକୁଲ ଓ ରିୟା ଦୁହେଁ ଭଲ ସାଙ୍ଗ ଥିଲେ । ରିୟା ଚକ୍ରବର୍ତ୍ତୀଙ୍କ ସାଙ୍ଗ ଫେସନ ଡିଜାଇନର ସିଭେନ ଖଭାଣ୍ଟଙ୍କ ନାଁ ବି ନେଇଛନ୍ତି । ଏନସିବି ଖୁବ ଶୀଘ୍ର ଏନେଇ ଶିଭେନଙ୍କୁ ପଚରାଉଚୁରା ଆରମ୍ଭ କରିବ ବୋଲି ଜଣାଯାଇଛି । ଏହାବାଦ ରିୟା ନିଜ ବୟାନରେ ରୋହିଣୀ ଆୟାର, ମୁକେଶ ଛାଵରାଙ୍କ ପରି କଳାକାରଙ୍କ ନାଁ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.