Below header

ସାମ୍ନାକୁ ଆସିଲା ସୁଶାନ୍ତ ଓ ରିୟାଙ୍କ ଅନ୍‌ସିନ୍‌ ଭିଡିଓ, ଏକାଠି ଡ୍ରଗ୍ସ ନେଉଥିବା ଦାବି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ତଦନ୍ତର ରୂପ ନେଇଛି। ଏହି କେସ୍‌ର ତଦନ୍ତ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଡ୍ରଗ୍‌ ଆଙ୍ଗେଲରେ ଆରମ୍ଭ କରିଛି। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ସୌଭିକ୍‌ ଓ ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରାଯାଇଛି। ଏକ ଇଣ୍ଟରଭ୍ୟୁରେ ରିୟା କହିଛନ୍ତି ସୁଶାନ୍ତ ନିୟମିତ ଗଞ୍ଜେଇ ସେବନ କରୁଥିଲେ। କିନ୍ତୁ ନିଜେ ରିୟା ଗଞ୍ଜେଇ ନେଇଥିବା କଥାକୁ ଅସ୍ୱୀକାର କରିଥିଲେ। ଇତି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ରିୟାଙ୍କୁ ଭୁଲ ପ୍ରମାଣିତ କରିଛି।

ଭାଇରାଲ ହେଉଥିବା ଭିଡିଓରେ ସୁଶାନ୍ତ ସିଂହ ରାଜପୁତ, ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ସଦସ୍ୟ ଘରେ ବସିଥିବା ଦେଖାଯାଇଛି। ଭିଡିଓରେ ଦାବି କରାଯାଇଛି ଯେ ସୁଶାନ୍ତ ଓ ରିୟା ଡ୍ରଗ୍ସ (‘Rolled’ Cigarettes‌) ନେଉଛନ୍ତି। ଜଣେ ବ୍ୟକ୍ତି ପଚାରୁଛନ୍ତି ଏହା ଚରସ କି? ସୁଶାନ୍ତ ଏହାର ଉତ୍ତରରେ ମଜାରେ କହୁଛନ୍ତି ଏହା ବିଏଫ୍‌ଏକ୍ସ(ଭିଜୁଆଲ ଇଫେକ୍ଟସ୍‌)। ରିୟା କହୁଛନ୍ତି ଏହା ରୋଲ ସିଗାରେଟ୍‌।


ସୁଶାନ୍ତ ପ୍ରଥମେ ସିଗାରେଟ୍‌ ଟାଣିବା ପରେ ତାହାକୁ ରିୟାଙ୍କୁ ଦେଉଛନ୍ତି। ରିୟା ମଧ୍ୟ ସ୍ମୋକିଂ କରୁଥିବା ଦେଖାଯାଇଛି। ଏହା ପରେ ସୁଶାନ୍ତ ଓ ରିୟା ଶିବଙ୍କ ଭଜନ ଶୁଣିବା ଆରମ୍ଭ କରି ଦେଉଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ଭଉଣୀ ଏକ ଭଜନ ଗାଉଥିବା ଭିଡିଓ ସେୟାର କରିଥିଲେ। ମାତ୍ର ସେଥିରେ ସୁଶାନ୍ତ ନର୍ମାଲ ଦିଶୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.