ଡ୍ରଗ୍ସ ମାମଲା, ଅକ୍ଟୋବର ୬ ଯାଏଁ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ହାଜତ ଅବଧି ଅକ୍ଟୋବର ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏହି ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୂଚନା ଦେବା ଉଚିତ ହେବକି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଷୌଭିକ ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହାର ଶୁଣାଣି ସେପ୍ଟେମ୍ବର ୨୩ କିମ୍ବା ଆସନ୍ତା କାଲି ହେବା ନେଇ ସ୍ଥିର ହୋଇଛି । ରିୟାଙ୍କ ଓକିଲ ସତୀଶ ମାନୋସିନ୍ଧେ ହିଁ ଏବାବଦରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନାର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ପକ୍ଷରୁ ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ସେପ୍ଟେମ୍ବର ୮ ତାରିଖରେ ଗିରଫ କରାଯାଇଥିଲା ।

ସେସମୟରେ ରିୟାଙ୍କୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଯାହାର ଅବଧି ଆଜି ସମାପ୍ତ ହେଉଛି । ହାଜତ ମୀଆଦ ଶେଷ ହେବା ପରେ ଭିଡିଓ କନଫରେନସିଙ୍ଗ ଜରିଆରେ ରିୟାଙ୍କୁ କୋର୍ଟରେ ହାଜର କରାଯାଇଥିବା ନେଇ ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ ଆରମ୍ଭରୁ ରିୟା ଡ୍ରଗ୍ସ ନେଉଥିବା ନେଇ ମନାକରି ଆସୁଥିଲେ ମଧ୍ୟ ଏନସିବି ର ପଚରାଉଚୁରା ସମୟରେ ତାଙ୍କ ଭାଇ ସୌଭିକ ସ୍ୱୀକାର କରିଥିଲେ କି ସେ ନିଜେ ହିଁ ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିଲେ । ଏଥିପାଇଁ ତାଙ୍କ ଭଉଣୀ ରିୟା ହିଁ ତାଙ୍କୁ ଟଙ୍କା ଦେଉଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.