ସନରାଇଜର୍ସ ହାଇଦ୍ରାବାଦକୁ ଲାଗିପାରେ ଝଟ୍କା! ଆଇପିଏଲ୍ରୁ ବାହାରିପାରନ୍ତି ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଖେଳାଳି ମିଶେଲ ମାର୍ଶ ଆଘାତ ଯୋଗୁଁ ଆଇପିଏଲ ଲିଗରୁ ଆଉଟ ହୋଇପାରନ୍ତି। ସୂତ୍ର ମୁତାବକ, ବାଙ୍ଗଲୋର(RCB) ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବା ବେଳେ ମିଶେଲଙ୍କ ଗୋଡରେ ଆଘାତ ଲାଗିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି।
A true warrior! 🧡#OrangeArmy #SRH #Dream11IPL pic.twitter.com/IfLLwYHXWT
— SunRisers Hyderabad (@SunRisers) September 22, 2020
ଟିମ୍ର ଏକ ସୂତ୍ର ମୁତାବକ, ତାଙ୍କୁ ଗମ୍ଭୀର ଆଘାତ ଲାଗିଛି। ସେ କେବେ ଠିକ୍ ହେବେ ଆଉ ଖେଳିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବାଙ୍ଗଲୋର ବିପକ୍ଷରେ ବୋଲିଂ କରୁଥିବା ବେଳେ ତାଙ୍କ ଗୋଡ ମୋଡି ହୋଇଯାଇଥିଲା। ତେଣୁ ସେ ଗୋଟେ ଓଭରର ୪ଟି ବଲ ହିଁ କେବଳ ପକାଇପାରିଥିଲେ। ଏହା ପରେ ବାଙ୍ଗଲୋର ଇନିଂସ ସମୟରେ ବ୍ୟାଟିଂ ପାଇଁ ମଧ୍ୟ ମିଶେଲ ଆସିଥିଲେ। କିନ୍ତୁ ଜଲଦି ଆଉଟ ହୋଇ ପ୍ୟାଭିଲିଅନକୁ ଫେରିଯାଇଥିଲେ। ତେବେ ଯଦି ମିଶେଲ ନ ଖେଳନ୍ତି, ତେବେ ହାଇଦ୍ରାବାଦ ପାଇଁ କିଏ ଖେଳିବ ତାହାକୁ ନେଇ ଚିନ୍ତାରେ ଟିମ୍।