ସାଙ୍ଗମାନଙ୍କ ସହ ପାହାଡ ଉପରେ ଛୁଟି କାଟୁଛନ୍ତି ରିୟା ଚକ୍ରବର୍ତ୍ତୀ, ସେୟାର କଲେ ଭିଡିଓ
ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପୁଣି ଚର୍ଚ୍ଚା । ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି ରିୟା । ଯେଉଁ ଭିଡିଓରେ ସେ ନିଜ ସାଙ୍ଗ ମାନଙ୍କ ସହିତ ପାହାଡ ଉପରେ ଭ୍ୟାକେସନ୍ ର ମଜା ନେଉଥିବା ଦେଖିବାକୁ ମିଳୁଛି । ପାହାଡ ଓ ନଦୀ ନିକଟରେ ସେ ଖୁବ୍ ଥିବା ନଜର ଆସୁଛନ୍ତି । ଏହି ଭିଡିଓଟି ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ବେଶ୍ କିଛି ଦିନର ନିରବତା ପରେ ବଲିଉଡ୍ ଅଭିନେତ୍ରୀ ତଥା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଏବେ କିଛି ନା କିଛି କାରଣ ଯୋଗୁ ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଯୋଗୁ ଲାଇମ୍ ଲାଇଟ୍ରେ ଥିବା ରିୟା ଏବେ ନିଜ କ୍ୟାରିୟର ଯୋଗୁ ପୁଣିଥରେ ଆଲୋଚନାର ପରିସରକୁ ଆସୁଛନ୍ତି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଯିଏକି ବର୍ତ୍ତମାନ ଏକ ଟିଭି ରିଆଲିଟି ସୋରେ ଗ୍ୟାଙ୍ଗ ଲିଡର ଭାବରେ ନଜର ଆସୁଛନ୍ତି ।
ଟିଭିର ଲୋକପ୍ରିୟ ଷ୍ଟଣ୍ଟ୍ ବେସ୍ଡ ରିଆଲିଟି ସୋ ‘ରୋଡିଜ୍ ୧୯ – କର୍ମ୍ ୟା କାଣ୍ଡ୍’ ରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏଥର ସୋ’ର ଗ୍ୟାଙ୍ଗ ଲିଡର୍ସ ଭାବେ ନଜର ଆସୁଛନ୍ତି ପ୍ରିନ୍ସ ନରୁଲା, ଗୌତମ ଗୁଲାଟିଙ୍କ ସହ ରିୟା ଚକ୍ରବର୍ତ୍ତୀ । ଏହି ସୋ’ର ହୋଷ୍ଟ ହେଉଛନ୍ତି ସୋନୁ ସୁଦ। ତେବେ ବହୁ ଦିନର ଅପେକ୍ଷା ପରେ ପୁଣି ନିଜ କାମକୁ ଫେରିଛନ୍ତି ରିୟା ।
video credit: ETimes
ତେବେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି ରିୟା । ଯେଉଁ ଭିଡିଓରେ ସେ ନିଜ ସାଙ୍ଗ ମାନଙ୍କ ସହିତ ପାହାଡ ଉପରେ ଭ୍ୟାକେସନ୍ ର ମଜା ନେଉଥିବା ଦେଖିବାକୁ ମିଳୁଛି । ପାହାଡ ଓ ନଦୀ ନିକଟରେ ସେ ବେଶ୍ ଖୁବ୍ ଥିବା ନଜର ଆସୁଛନ୍ତି । ଏହି ଭିଡିଓଟି ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଅଭିନେତ୍ରୀ ଏକ ସୁନ୍ଦର କ୍ରପ୍ ଟପ୍ ଏବଂ ଗ୍ରେ କଲରର ଫୁଲ୍ ପ୍ୟାଣ୍ଟ ପିନ୍ଧି ନାଚୁଥିବା ଏବଂ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି ।
ସେ ତାଙ୍କ ଭିଡିଓ କ୍ୟାପସନ୍ ଦେଇଛନ୍ତି, ‘ପର୍ବତ ଯାଦୁ’ ବା ‘ମାଉଣ୍ଟେନ ମ୍ୟାଜିକ’ ଏବଂ ତାଙ୍କ ପ୍ରଶଂସକମାନେ ଏହି ଭିଡିଓଟିରେ ଖଉବ୍ ସୁନ୍ଦର ପ୍ରତିକ୍ରିୟା ଦେଇ କମେଣ୍ଟ ବକ୍ସ ଫୁଲ୍ କରିଦେଇଛନ୍ତି । ଅବଶ୍ୟ, କିଛି ତାଙ୍କୁ ଟ୍ରୋଲ୍ ବି କରିଛନ୍ତି । ଜଣେ ଉପଭୋକ୍ତା ଟ୍ରୋଲ୍ କରି କହିଛନ୍ତି, ‘ସିନେମାକୁ ଆସିବାକୁ ଚେଷ୍ଟା କର ନାହିଁ’, ‘ରୋଡିଜ୍ ରେ ହିଁ ରୁହ । ଖାଲି ଫଟୋ ବି ଯଦି ସିନେମାରେ ଆସିବ ନା ହଲ୍ ରେ ନିଆଁ ଲଗାଇଦେବି । ‘ ଏହାପରେ ଶେଷରେ ମିସ୍ ୟୁ ସୁଶାନ୍ତ ସିଂ ରାଜପୁତ ବୋଲି ଲେଖିଛନ୍ତି ।