ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ସୋସିଆଲ ମିଡିଆରେ ଲଗାତାର ଟ୍ରୋଲ କରାଯାଉଛି। ତେବେ ବର୍ତ୍ତମାନ ରିଆ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ତାଙ୍କୁ ରେପ୍ ଓ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି। ଏଥିପାଇଁ ସେ ସାଇବର କ୍ରାଇମ୍ର ସହାୟତା ଲୋଡ଼ିଛନ୍ତି।
ରିଆ ନିଜ ପୋଷ୍ଟ ମାଧ୍ୟମରେ ୟୁଜରଙ୍କୁ ଧମକର ଉତ୍ତରରେ ଲେଖିଛନ୍ତି ‘ମୋତେ ହତ୍ୟାକାରୀ କୁହାଯାଉଛି ତଥାପି ମୁଁ ଚୁପ୍ ଅଛି। ଆପଣଙ୍କୁ ଏହା କହିବାକୁ କିଏ ଅଧିକାର ଦେଲା ଯେ ମୁଁ ଆତ୍ମହତ୍ୟା ନ କଲେ ମୋ ମର୍ଡର ଓ ରେପ୍ କରାଯିବ। ଆପଣ ଯାହା କହୁଛନ୍ତି ତା’ ଅର୍ଥ ବୁଝୁଛନ୍ତି ତ? ଏହା ଅପରାଧ। ମୁଁ ଆଉଥରେ କହୁଛି କାହାକୁ ଏଭଳି ଉତ୍ପୀଡ଼ନ କରିବା ଉଚିତ ନୁହେଁ।’ ଏହା ପରେ ସେ ସାଇବର କ୍ରାଇମ୍କୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ରିଆ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏବେ ବହୁତ ହୋଇଗଲା।
ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ମାସେ ପରେ ରିୟା ଇନ୍ଷ୍ଟାଗ୍ରାମ୍ରେ ତାଙ୍କୁ ମନେପକାଇ ପ୍ରଥମ ଥର ପାଇଁ ଏକ ପୋଷ୍ଟ କରିଥିଲେ। ସେ ସୁଶାନ୍ତଙ୍କୁ ମିସ୍ କରୁଥିବା ପୋଷ୍ଟରେ ଦର୍ଶାଇଥିଲେ। ତେବେ ସୁଶାନ୍ତଙ୍କ ଅଚାନକ ଆତ୍ମହତ୍ୟା ପରେ ଫ୍ୟାନ୍ମାନେ ତାଙ୍କ ଉପରେ ରାଗିଯାଇଥିବା ଦେଖିବାକୁ ମିଳିଛି। ଏଣୁ ତାଙ୍କୁ ବିଭିନ୍ନ ଆଡ଼ୁ ଧମକପୂର୍ଣ୍ଣ ମେସେଜ୍ ଆସୁଛି।