ସାମ୍ନାକୁ ଆସିଲା ସୋନମ୍‌ କପୁରଙ୍କ ପୁଅର ପ୍ରଥମ ଫଟୋ; ନବଜାତ ଭଣଜାକୁ ଦେଖିବା ପରେ କାନ୍ଦି ପକାଇଲେ ମାଉସୀ ରିୟା କପୁର

ସୋନମ୍‌ କପୁର ଓ ଆନନ୍ଦ ଆହୁଜା ନିକଟରେ ଏକ ପୁତ୍ର ସନ୍ତାନର ମାଆ, ବାପା ହୋଇଛନ୍ତି। ଦମ୍ପତି ଅଗଷ୍ଟ ୨୦ରେ ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଏହାର ଦୁଇ ଦିନ ପରେ ରିୟା କପୁର ଆଜି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନବଜାତ ଭଣଜା ସହିତ କିଛି ଫଟୋ ସେୟାର କରିଛନ୍ତି। ରିୟା କପୁରଙ୍କ ସହ ତାଙ୍କ ମା’ ସୁନିତା କପୁର ମଧ୍ୟ ହସ୍ପିଟାଲରେ ନଜର ଆସୁଛନ୍ତି। ଏହି ହସ୍ପିଟାଲରେ ସୋନମ୍‌ କପୁର ଆଡ୍‌ମିଟ ଅଛନ୍ତି।

ସୋସିଆଲ ମିଡିଆରେ ଫଟୋ ସେୟାର କରି ରିୟା କ୍ୟାପସନ ଲେଖିଛନ୍ତି, ‘ରିୟା ମାଉସୀ ଠିକ୍‌ ନାହିଁ। କ୍ୟୁଟ୍‌ନେସ ବହୁତ ଅଧିକ ରହିଛି। ଆଇ ଲଭ୍‌ ୟୁ ସୋନମ୍‌ କପୁର, ସବୁଠାରୁ ବାହାଦୂର ମା’ ଓ ଆନନ୍ଦ ଆହୁଜା ସବୁଠାରୁ ସ୍ନେହୀ ବାପା। ସ୍ପେଶାଲ ମେନ୍ସନ ନୂଆ ଆଈ ସୁନିତା କପୁର’। ଫଟୋରେ ବ୍ଲାକ୍‌ ହୁଡି ପିନ୍ଧିଥିବା ରିୟା କୁନି ବେବିକୁ ଭେଟି ଭାବୁକ ହୋଇ ପଡ଼ିଛନ୍ତି। ଯେଉଁ ଫଟୋ ଗୁଡ଼ିକୁ ରିୟା ସେୟାର କରିଛନ୍ତି, ସେଥିରେ ଶିଶୁପୁତ୍ରର ଚେହେରାକୁ ଇମୋଜିରେ ଲୁଚା ଯାଇଛି।

କହି ରଖୁଛୁ, ଗତ ଅଗଷ୍ଟ ୨୦ରେ ସୋନମ୍‌ କପୁର ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଟେମ୍ପ୍ଲେଟ୍‌ ଜରିଆରେ ଖୁସି ଖବର ସେୟାର କରିଥିଲେ। ସେ ଲେଖିଥିଲେ, ‘ଅଗଷ୍ଟ ୨୦ରେ ଆମେ ଖୋଲା ହୃଦୟରେ ନିଜର ସୁନ୍ଦର ଶିଶୁକୁ ସ୍ୱାଗତ କରିଛୁ। ଏହି ଯାତ୍ରାରେ ଆମକୁ ସହଯୋଗ କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଏବଂ ପରିବାରକୁ ଧନ୍ୟବାଦ। ଏହା କେବଳ ପ୍ରାରମ୍ଭ। କିନ୍ତୁ ଆମେ ଜାଣିଛୁ, ଆମ ଜୀବନ ସବୁଦିନ ପାଇଁ ବଦଳି ଗଲା। ସୋନମ୍‌ ଓ ଆନନ୍ଦ’।

ସୂଚନାଥାଉ କି, ଅଭିନେତ୍ରୀ ସୋନମ୍‌ କପୁର ଓ ଆନନ୍ଦ ଆହୁଜା ୨୦୧୮, ମେ’ ୮ରେ ପାରମ୍ପରିକ ରୀତି ନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହେଁ ୨୦୨୨, ମାର୍ଚ୍ଚରେ ନିଜ ପ୍ରେଗ୍‌ନାନ୍ସି ବିଷୟରେ ଘୋଷଣା କରିଥିଲେ। ଅଭିନେତ୍ରୀ ନିଜର ବେବି ସାଓ୍ଵାର ଲଣ୍ଡନରେ ପାଳନ କରିଥିଲେ। ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ଏବଂ ଫଲୋଅର୍ସଙ୍କ ପାଇଁ ଏହାର ଫଟୋ ଓ ଭିଡିଓ ସବୁ ସେୟାର କରିଥିଲେ।

 

View this post on Instagram

 

A post shared by Rhea Kapoor (@rheakapoor)

ଓ୍ଵାର୍କ ଫ୍ରଣ୍ଟ୍‌ ଦେଖିଲେ, ଅଭିନେତ୍ରୀ ବହୁତ ଜଲ୍‌ଦି ସୋମ୍‌ ମଖିଜାଙ୍କ ଫିଲ୍ମ ‘ବ୍ଲାଇଣ୍ଡ’ରେ ନଜର ଆସିବେ। ଏହି ଫିଲ୍ମରେ ପୂରବ କୋହଲି, ବିନୟ ପାଠକ ଓ ଲିଲେଟ୍‌ ଦୁବେଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖା ଯିବେ। ଫିଲ୍ମ ଚଳିତ ବର୍ଷ ଶେଷରେ ରିଲିଜ୍‌ ହେବ।

 

View this post on Instagram

 

A post shared by Sonam Kapoor Ahuja (@sonamkapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.