ଚାଷୀ ଆନ୍ଦୋଳନକୁ ନେଇ ଟ୍ବିଟ୍ କରିବା ପରେ ଟପଲେସ୍ ଫଟୋ ପାଇଁ ପୁଣି ଚର୍ଚ୍ଚାରେ ରିହାନା, ବେକରେ ପିନ୍ଧିଛନ୍ତି ଗଣେଶ ମୂର୍ତ୍ତିଥିବା ଲକେଟ୍

ପୂର୍ବରୁ ଚାଷୀ ଆନ୍ଦୋଳନକୁ ନେଇ ଟ୍ବିଟ୍ କରି ଚର୍ଚ୍ଚାରେ ରହିଥିଲେ ପପ୍ ସିଙ୍ଗର ରିହାନା । ସବୁବେଳେ ନିଜର ଗୀତ ଓ ଫ୍ୟାଶନ ସେନ୍ସ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଥରେ ଆଉ ଏକ ଘଟଣାକୁ ନେଇ ସେ ଆଲୋଚନାକୁ ଆସିଛନ୍ତି । ଏହି ଥର ସେ ନିଜର ଏକ ଫଟୋସୁଟ୍ କାରଣରୁ ଲାଇମଲାଇଟରେ ଅଛନ୍ତି ।

ରିହାନା ଲଗଜୁରୀ ବ୍ରାଣ୍ଡ ପାଇଁ ଫଟୋସୁଟ୍ କରିଛନ୍ତି । ଏହି ଫଟୋସୁଟରେ ସେ ଟପଲେସ୍ ପୋଜ୍ ଦେଇଛନ୍ତି । ଏହାସହ ଅନେକ ଆସେସୋରିଜ୍ ମଧ୍ୟ ପିନ୍ଧିଛନ୍ତି । ସେ ବେକରେ ଭଗବାନ ଗଣେଶଙ୍କ ନେକଲେସ୍ ମଧ୍ୟ ପିନ୍ଧିଛନ୍ତି, ଯେଉଁଥି ପାଇଁ ସେ ଟ୍ରୋଲରେ ଶିକାର ହୋଇଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କର ଫ୍ୟାଶନ ସେନ୍ସର ଆଲୋଚନା ହେଉଛି।

ଫଟୋ ସେୟାର କରି ରିହାନା ଲେଖିଛନ୍ତି – when PopcaanMusic said “me nuh wan ya wear no lingerie tonight fa me girl”

ରିହାନାଙ୍କ ଏହି ଫଟୋ ପୋଷ୍ଟ ନେଇ ଏବେ ଭାରତରେ ଅନକେ ଚର୍ଚ୍ଚା ଚାଲିଛି।ପୂର୍ବରୁ ଚାଷୀ ଆନ୍ଦୋଳନକୁ ନେଇ ଟ୍ବିଟ୍ କରିଥିଲେ ରିହାନା। ଯେଉଁଥିପାଇଁ ଭାରତରେ ଅନେକ ସମାଲୋଚନାରେ ଶିକାର ହୋଇଥିଲେ।