ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ, ସୁଶାନ୍ତଙ୍କ ଭଉଣୀ ବିରୋଧରେ କେସ୍‌ କଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଏହି ମାମଲାର ମୁଖ୍ୟ ରିୟା ଚକ୍ରବର୍ତ୍ତୀ ଏବେ ସୁଶାନ୍ତଙ୍କ ଭଉଣୀ ବିରୋଧରେ ମୁମ୍ବାଇ ପୋଲିସ ଷ୍ଟେସନରେ ଏତଲା ଦାୟର କରିଛନ୍ତି। ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ରାମ ମନୋହର ଲୋହିୟା ହସପିଟାଲର ଡାକ୍ତର ତରୁଣ କୁମାରଙ୍କ ସହିତ ଅନ୍ୟ ଲୋକଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ରିୟା ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ଭଉଣୀ ଜାଲ ମେଡିକାଲ ପ୍ରେସକିପସନ୍‌ ବନାଇଥିଲେ। ରିୟାଙ୍କ ଅଭିଯୋଗକୁ ଏନଡିପିଏସ୍‌ ଆକ୍ଟ ଏବଂ ଟେଲି ମେଡିସିନ ପ୍ରାକ୍ଟିସ ଗାଇଡଲାଇନ ୨୦୨୦କୁ ଉଲ୍ଲଙ୍ଘନ କରିଥିବା କହିଛନ୍ତି। ରିୟାଙ୍କ ଓକିଲ ସତୀଶ ମାନୋସିନ୍ଧ ଏହା ସୂଚନା ଦେଇଛନ୍ତି।

riya

ରିୟାଙ୍କ ଓକିଲ କହିବାନୁଯାୟୀ, ୮ ଜୁନରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ରାମ ମନୋହର ଲୋହିଆ ହସପିଟାଲର ଡାକ୍ତର ତରୁଣ କୁମାରଙ୍କ ଦ୍ୱାରା ସୁଶାନ୍ତଙ୍କ ମିଥ୍ୟା ମେଡିକାଲ ପ୍ରେସକ୍ରିପସନ ବନାଇଥିଲେ। ଡାକ୍ତର ତରୁଣ କୁମାର ପ୍ରେସକ୍ରିପସନରେ ସେହି ଔଷଧ ବିଷୟରେ କହିଥିଲେ, ଯାହା ଏନଡିପିଏସ୍‌ ଆକ୍ଟ ଅଧିନରେ ଆସୁଛି ଆଉ ତା’ ପରେ ପ୍ରତିବନ୍ଧକ ଲାଗିଛି।

ସୂଚନାଯୋଗ୍ୟ, ରିୟାଙ୍କୁ ଏବେ ଏନସିବି ପଚରାଉଚରା ଜାରି ରଖିଛି। ଡ୍ରଗ୍ସ ମାମଲାରେ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାକୁ ଗିରଫ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.