ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ମାଗି ଟ୍ରୋଲର ଶିକାର ହେଲେ ରିୟା, ଲୋକେ କହିଲେ ‘ନାଟକ ବନ୍ଦ କର’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ କରିବା ସମସ୍ତେ ଦାବି କରୁଛନ୍ତି। ଏହାକୁ ଦେଖି ସୁଶାନ୍ତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ସିବିଆଇ ଯାଞ୍ଚ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ଵିଟ୍‌ କରିଥିଲେ। ରିୟାଙ୍କ ଟ୍ଵିଟ୍‌ ପରେ ଏବେ ସୋସିଆଲ ମିଡିଆରେ ରିୟା ଟ୍ରୋଲର ଶିକାର ହେଉଛନ୍ତି। ରିଆଙ୍କ ଟ୍ଵିଟ୍‌ ଦେଖି ଲୋକେ କହୁଛନ୍ତି, ‘ନାଟକ ବନ୍ଦ କର’।

rr

ପ୍ରଥମ ଟ୍ୱିଟରେ ରିୟା ଲେଖିଛନ୍ତି ‘ଆଦରଣୀୟ ଅମିତ୍ ଶାହ ସାର୍ , ମୁଁ ସୁଶାନ୍ତ ସିଂହ ରାଜପୁତଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ତାଙ୍କର ହଠାତ୍ ମୃତ୍ୟୁକୁ ୧ ମାସରୁ ଅଧିକ ହୋଇସାରିଛି। ମୋତେ ସରକାରଙ୍କ ଉପରେ ପୁରା ଭରସା ଅଛି । ନ୍ୟାୟ ପାଇଁ ହାତ ଯୋଡ଼ି ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ଏହି ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ କରାନ୍ତୁ। ମୁଁ ଆପଣଙ୍କ ହାତ ଯୋଡ଼ି ଅନୁରୋଧ କରୁଛି କି ଏହାର ସିବିଆଇ ଯାଞ୍ଚ ଆରମ୍ଭ କରାନ୍ତୁ । ମୁଁ ଏହା ଜାଣିବାକୁ ଚାହୁଁଛି କି ତାହା କେଉଁ ପ୍ରଭାବ ଥିଲା , ଯାହାକି ସୁଶାନ୍ତଙ୍କୁ ଏମିତି କରିବାକୁ ବାଧ୍ୟ କଲା ।

ରିୟାଙ୍କ ଏପରି ଟ୍ଵିଟ୍‌ ପରେ ଟ୍ରୋଲର କହିଛନ୍ତି, ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କର ନାହିଁ। ଆମେ ଜାଣିଛୁ, ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଯଦି ତୁମେ ତାଙ୍କ ପ୍ରେମିକା, ତେବେ ଇନଷ୍ଟା ଆକାଉଣ୍ଟରୁ କ’ଣ ପାଇଁ ସବୁ ଫଟୋ ଡିଲିଟ କଲ ? ଏମିତି ଅନେକ ପ୍ରଶ୍ନ ପଚାରିଛନ୍ତି ଟ୍ରୋଲର୍ସ।

ଆଉ ଜଣେ ୟୁଜର ଲେଖିଛନ୍ତି, ’ ଦାୟାକରି ନାଟକ କରିବା ବନ୍ଦ କରିଦିଅନ୍ତୁ। ସତ କ’ଣ ଏବଂ ବିଛ କ’ଣ ତାହା ଆମେ ଜାଣିଛୁ। ଖୁବଶୀଘ୍ର ପ୍ରକୃତ ସତ ସମସ୍ତଙ୍କ ସାମ୍ନାକୁ ଆସିବ। ତା’ରେ ହିଁ ଆପଣଙ୍କ ମୁଖା ଖୋଲିଯିବ। ସେହିପରି ଆଉ ଜଣେ ଲେଖିଛନ୍ତି, ଏବେ ଏ କି ନୂଆ ଡ୍ରାମା କରୁଛନ୍ତି ଆପଣ ? କ’ଣ ଦେଖାଇବାକୁ ଚାହୁଁନ୍ତି କି ଆପଣ ମାସେ ହେଲାଣି ମର୍ମାହତ ଥିଲେ , ଏବେ ଟ୍ଵିଟ୍‌ କରି ସୁଶାନ୍ତ ପାଇଁ ସିବିଆଇ ଯାଞ୍ଚ କରିବାକୁ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.