ବଢ଼ିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ବିଶ୍ୱ ବଜାରରେ ଗତ ସପ୍ତାହ ଅଶୋଧିତ ତୈଳ ଦର ଦ୍ରୁତ ଗତିରେ ବଢିବା ପରେ ଚଳିତ ସପ୍ତାହ ଏହି ମୂଲ୍ୟରେ କିଛିଟା ସ୍ଥିରତା ଆସିଥିବା ଲକ୍ଷ କରାଯାଇଛି ।  କିନ୍ତୁ ଆଜି ଭାରତୀୟ ବଜାରରେ ଡ଼ିଜେଲ ମୂଲ୍ୟ ବଢିଥିବା ରେକର୍ଡ ହୋଇଛି ।  ସରକାରୀ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଆଣି ନ ଥିବାବେଳେ ଡ଼ିଜେଲ ମୂଲ୍ୟରେ ୧୭ ପଇସାର ବୃଦ୍ଧି ଘଟାଇଥିବା ଜଣାଯାଇଛି ।  ଏହା ପୂର୍ବରୁଗୋଟେ ଦିନ ପୂର୍ବରୁ ଡିଜେଲ ଦର ୧୩ ପଇସା ବୃଦ୍ଧି କରାଯାଇଥିବା ବେଳେ ଗତକାଲି କୌଣସି ପରିବର୍ତ୍ତନ ଅଣାଯାଇନଥିଲା ।  ଯେବେକି ସୋମବାର ଲିଟର ପ୍ରତି ୧୧ ପଇସା ବଢ଼ା ଯାଇଥିଲା ।  ଏହା ସହ ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ଲିଟର ପ୍ରତି ୮୧.୩୫ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

ଲକ୍ଷ କରାଯାଉଛିକି, ଗତ କିଛିଦିନ ହେବ ଦେଶର ବିଭିନ୍ନ ତୈଳ କମ୍ପାନୀ ଗୁଡିକ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟାଉଥିବା ଲକ୍ଷ କରାଯାଉଛି ।  ସୂଚନା ଦେବା ଯୋଗ୍ୟକି, ଗତ ୧୮ ଦିନ ହେବ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ ।  ଏହା ପୂର୍ବରୁ ଜୁନ ୨୯ ତାରିଖରେ ହିଁ ପେଟ୍ରୋଲ ମୂଲ୍ୟରେ ପରିବର୍ତ୍ତନ ଆସିଥିଲା ।  ଦିଲ୍ଲୀରେ ଜୁଲାଇ ୧୭ ଅର୍ଥାତ ଶୁକ୍ରବାର ପେଟ୍ରୋଲ ଦର ଲିଟର ପ୍ରତି ୮୦.୪୩ ଟଙ୍କା ଥିବା ବେଳେ ଡିଜେଲ ଦର ଲିଟର ପ୍ରତି ୮୧.୩୫ ଟଙ୍କା ଥିବା ଜଣାଯାଇଛି ।  ସୂଚନା ଦେବା ଯୋଗ୍ୟକି ଭାରତରେ ଦିଲ୍ଲୀ ଏକ ମାତ୍ର ରାଜ୍ୟ ଯେଉଁଠି ଡିଜେଲ, ପେଟ୍ରୋଲ ଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ ।  ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଡିଜେଲ ଓ ପେଟ୍ରୋଲ ମୂଲ୍ୟ ୭୯.୫୬ ଟଙ୍କା ଓ ୮୭.୧୯ ଟଙ୍କା ଥିବା ବେଳେ କୋଲକାତାରେ ଯଥାକ୍ରମେ ୭୬.୪୯ ଟଙ୍କା ଓ ୮୨.୧୦ ଟଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.