ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ରୋଡିଜ୍ ଫେମ୍ ରଣବିଜୟ ସିଂ, ଗର୍ଭବତୀ ସ୍ତ୍ରୀଙ୍କ ସହିତ ଶେୟାର କଲେ ଏହି ସୁନ୍ଦର ଫଟୋ
ରୋଡିଜ୍ ଫେମ୍ ରଣବିଜୟ ସିଂ ପୁଣିଥରେ ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସିଂ ଦ୍ୱିତୀୟ ଥର ପ୍ରେଗନାଣ୍ଟ ଅଛନ୍ତି। ପୂର୍ବରୁ ସେମାନଙ୍କର ଏକ ଝିଅ ଅଛି। ଝିଅର ନାଁ କାୟନାତ। ରଣବିଜୟ ସ୍ତ୍ରୀ ପ୍ରେଗ୍ନାଣ୍ଟ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ସ୍ତ୍ରୀଙ୍କ ସହିତ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଏଥିରେ ତାଙ୍କ ଝିଅ ମଧ୍ୟ ନଜର ଆସୁଛି।
ଫଟୋ ଶେୟାର କରି ରଣବିଜୟ ଲେଖିଛନ୍ତି, ‘ଆପଣ ୩ ଜଣଙ୍କୁ ମୁଁ ବହୁତ ମିସ୍ କରୁଛି’। ଅର୍ଥାତ୍ ସେ ଏହା ମାଧ୍ୟମରେ କହିବାକୁ ଚାହୁଁଛନ୍ତି କି, ସେ ନିଜର ଦ୍ୱିତୀୟ ସନ୍ତାନକୁ ବହୁତ ମିସ୍ କରୁଛନ୍ତି। କାରଣ, ତାଙ୍କ ଛଡ଼ା ଫଟୋରେ ଦୁଇଜଣ ହିଁ ଅଛନ୍ତି। ଫଟୋରେ ସେ ପ୍ରିୟଙ୍କାଙ୍କ ବେବି ବମ୍ପ୍ ଉପରେ ହାତ ରଖିଥିବା ଦେଖିବାକୁ ମିଳିଛି। ଯଦିଓ ରଣବିଜୟଙ୍କ ପୂର୍ବରୁ ତାଙ୍କ ସ୍ତ୍ରୀ ବି ଏକ ସୁନ୍ଦର ଭିଡିଓ ଶେୟାର କରିଥିଲେ।
କହି ରଖୁଛୁ, ରଣବିଜୟ ଓ ପ୍ରିୟଙ୍କା ଜଣେ କମନ୍ ଫ୍ରେଣ୍ଡଙ୍କ ଜରିଆରେ ପ୍ରଥମ ଥର ମିଶିଥିଲେ ଏବଂ ଏହାପରେ ବିବାହ ପାଇଁ ପରିବାର ଲୋକଙ୍କୁ ମନାଇଥିଲେ। ଦୁଇଜଣ ବହୁତ ଜଲ୍ଦିରେ କେନିଆରେ ବିବାହ କରି ନେଇଥିଲେ। ୨୦୧୭ରେ ପ୍ରିୟଙ୍କା ଝିଅ କାୟନାତକୁ ଜନ୍ମ ଦେଇଥିଲେ। ରଣବିଜୟଙ୍କ କହିବା ହେଲା, ବାପା ହେବା ପରେ ସେ ଆହୁରି ଦାୟିତ୍ୱବାନ ହୋଇଯାଇଛନ୍ତି।
View this post on Instagram
View this post on Instagram