Below header

ସୈଫ ଅଲ୍ଲୀ ଖାନ ନିଜ ଝାଳବୁହା ଧନରେ ପୁଣିଥରେ ଫେରି ପାଇଥିଲେ ‘ପଟଉଦି ପ୍ୟାଲେସ’, ଜାଣନ୍ତୁ ଏହାର ଅନ୍ୟନାମ

ସୈଫ ଅଲ୍ଲୀ ଖାନ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ପଟଉଦି ପ୍ୟାଲେସ ତାଙ୍କ ପୈତୃକ ସମ୍ପତ୍ତି। କିନ୍ତୁ ଏହାକୁ ତାଙ୍କୁ ତାଙ୍କ ଝାଳବୁହା ଧନରେ ପୁଣିଥରେ କିଣିବାକୁ ପଡ଼ିଥିଲା। ହରିୟାଣାର ଗୁରୁଗ୍ରାମ ଜିଲ୍ଲା ନିକଟସ୍ଥ ଏହି ମହଲ ନିଜର ରାଜକୀୟ ଏବଂ ଭବ୍ୟ ଇଣ୍ଟିରିୟର ଯୋଗୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

cc

hhg

କହି ରଖୁଛୁ, ଏହି ମହଲକୁ ସେହି ସମୟରେ ଏକ ହୋଟେଲ ଚେନକୁ ରେଣ୍ଟ ଆକାରରେ ଦିଆଯାଇଥିଲା। ସୈଫ ଅଲ୍ଲୀ ଖାନ ଏହାକୁ ନିଜ ନାଁରେ ପୁଣିଥରେ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ଫିଲ୍ମଗୁଡ଼ିକରୁ ହୋଇଥିବା ରୋଜଗାରକୁ ସେ ମହଲ କିଣିବାରେ ଖର୍ଚ୍ଚ କରିଥିଲେ। ଏପରିକି, ସେ ନିଜ ବାପା ମନସୁର ଅଲ୍ଲୀ ଖାନ ପଟଉଦିଙ୍କ ନିଧନ ପରେ ଏହି ମହଲର ମରାମତି କାମ ମଧ୍ୟ କରିଥିଲେ।

ds

ସୈଫଙ୍କ କହିବା ହେଲା, କିଛି ଲୋକ ନିଜ ଅତୀତରୁ ବାହାରି ପାରନ୍ତି ନାହିଁ। ଏହି ମହଲକୁ ପୁଣିଥରେ ଫେରି ପାଇବା ହେଉଛି ଏହାର ପ୍ରମାଣ। ତାଙ୍କ ଲାଳନପାଳନ ବହୁତ ଭଲ ଭାବରେ ହୋଇଛି, କିନ୍ତୁ ଏହି ମହଲ ଉପରେ ତାଙ୍କର ମାଲିକାନା ହକ ନ ଥିଲା। ତାଙ୍କ ପାଖରେ ମହଲର ଇତିହାସ ଥିଲା, ଫଟୋ ସବୁ ଥିଲା, କିନ୍ତୁ ଏହାକୁ ନିଜର ବୋଲି କହିବା ପାଇଁ ତାଙ୍କୁ ବହୁତ ମେହନତ କରିବାକୁ ପଡ଼ିଥିଲା।

fd

ସୈଫ ଅଲ୍ଲୀ ଖାନଙ୍କ ପଟଉଦି ପ୍ୟାଲେସ ୧୦ ଏକରରେ ତିଆରି ହୋଇଛି। ଏହି ଭବ୍ୟ ମହଲରେ ୧୫୦ଟି କୋଠରୀ, ଯେଉଁଥିରୁ ୭ଟି ବେଡରୁମ, ୭ଟି ବିଲିୟର୍ଡ ରୁମ, ୭ଟି ଡ୍ରେସିଂ ରୁମ, ଗ୍ରାଣ୍ଡ ଡ୍ରଇଂ ରୁମ ଏବଂ ଡାଇନିଂ ରୁମ ସାମିଲ ରହିଛି। ଏହି ମହଲର ଅନ୍ୟ ନାମ ‘ଇବ୍ରାହିମ କୋଠି’। ସୈଫ ଅଲ୍ଲୀ ଖାନଙ୍କର ଏହି ସମ୍ପତ୍ତିର ମୂଲ୍ୟ ପାଖାପାଖି ୮୦୦ କୋଟି ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.