Below header

ଶବଦାହ ନେଇ ପୁରୀ ସ୍ବାର୍ଗଦ୍ବାରରୁ ହଟିଲା କଟକଣା, କୋଭିଡ ଗାଇଡ଼ଲାଇନ ମାନି ହେବ ଶବଦାହ

ପୁରୀ(କେନ୍ୟୁଜ୍):  ଶବଦାହ ନେଇ  ପୁରୀ ସ୍ବାର୍ଗଦ୍ବାରରୁ ହଟିଲା କଟକଣା। ଏବେ ଜିଲ୍ଲା ବାହାରରୁ ଆସିଥିବା ମୃତଦେହ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ।  କିନ୍ତୁ କୋଭିଡ କଟକଣା ମାନି ଶବଦାହ ହେବ ବୋଲି ପୁରୀ  ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ପୁରୀ ବର୍ତ୍ତମାନ ସ୍ଥିତିରେ କୋଭିଡ ସଂକ୍ରମଣର ହାର ହ୍ରାସ ପାଇଥିବାରୁ ଏଭଳି କଟକଣା  ହଟାଯାଇଥିବା କହିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ  ଜୁଲାଇ ୮ତାରିଖରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାର ଉପରେ କଟକଣା ଲଗାଇଥିଲେ।

ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ।  ଉପସ୍ଥିତ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.