କରୋନା ରୋଗୀଙ୍କ ଚିକିତ୍ସାରେ ଖର୍ଚ୍ଚ ହେବ ସଲମାନଙ୍କ ଫିଲ୍ମ ‘ରାଧେ’ର ରୋଜଗାର, ଘୋଷଣା କଲେ ନିର୍ମାତା

କରୋନା ମହାମାରୀର ଦ୍ଵିତୀୟ ଲହରୀ ଏବେ ସାରା ଦେଶରେ ଜାରି ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଲମାନ ଖାନ୍ ଫିଲ୍ମସ ସହ ପ୍ରମୁଖ ଗ୍ଲୋବାଲ କଣ୍ଟେଣ୍ଟ କମ୍ପାନୀ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ( ZEE) ଦେଶ ପାଇଁ ଅକ୍ସିଜେନ୍ ସିଲିଣ୍ଡର, ଭେଣ୍ଟିଲେଟର ପ୍ରମୁଖ ଜରୁରୀ ଚିକିତ୍ସା ଉପକରଣ ଦାନ କରିବା ପାଇଁ ଆଗକୁ ଆସିଛନ୍ତି। ମେ ୧୩ ରେ ରିଲିଜ ହେବାକୁ ଥିବା ସଲମାନଙ୍କ ଫିଲ୍ମ ‘ରାଧେ’ର ଟଙ୍କାରୁ ଏ ସବୁ ଉପକରଣ କିଣାଯିବ। ଏଥିପାଇଁ ଜି ଓ ସଲମାନ ଖାନ ଭାରତର ସବୁଠୁ ବଡ଼ ଓ ବିଶ୍ୱସନୀୟ ଡୋନେସନ ମଞ୍ଚ ଗିଭ ଇଣ୍ଡିଆ ସହ ଚୁକ୍ତି କରିଛନ୍ତି।

ଏବେ ସାରା ଦେଶରେ ଜୀବନ ରକ୍ଷକ ଉପକରଣର ଅଭାବ ଯୋଗୁଁ ଚିକିତ୍ସା ଉପରେ ଗଭୀର ପ୍ରଭାବ ପଡ଼ୁଛି। ଏଭଳି ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଭାଇଜାନ। ରାଧେ ଫିଲ୍ମରୁ ଯାହା ବି ଲାଭାଂଶ ଆସିବ ତାହାକୁ ଅକ୍ସିଜେନ୍ ଓ ଅନ୍ୟ ଚିକିତ୍ସା ଉପକରଣ କିଣିବାରେ ବିନିଯୋଗ କରାଯିବ।

 

View this post on Instagram

 

A post shared by Salman Khan (@beingsalmankhan)


ଏନେଇ ସଲମାନ ଖାନ ଫିଲ୍ମସର ଅଧିକାରୀ କହିଛନ୍ତି, ଏଭଳି ଏକ ଭଲ କାମ କରିବାକୁ ଆମେ ଆଗକୁ ଆସିଥିବାରୁ ବହୁତ ଖୁସି ଅଛୁ। କରୋନା ସହ ଏବେ ସାରା ଦେଶ ଲଢ଼ୁଥିବା ବେଳେ ଆମେ ବି କିଛି ଯୋଗଦାନ କରିବୁ। ସମସ୍ତେ ମିଳିମିଶି ଲଢ଼ିଲେ ହିଁ କରୋନାକୁ ହରାଇପାରିବା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ ସଲମାନ ଖାନ କରୋନା କାଳରେ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଚଳିତବର୍ଷ ମଧ୍ୟ ସେ ଲୋକଙ୍କୁ ଖାଦ୍ୟ ଓ ସାନିଟାଇଜର ବଣ୍ଟନ କରିଥିଲେ। ସଲମାନଙ୍କ ଏହି ସାହାଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.