Below header

ପୁଣି ଅଡୁଆରେ ସଲମାନ୍ ଖାନ୍, କୋର୍ଟରେ ମିଛ ଶପଥ ପତ୍ର ଉପସ୍ଥାପନା କରିଥିବା ନେଇ ରୁଜୁ ହୋଇପାରେ ଆଉ ଏକ ମାମଲା

ମୁମ୍ବାଇ : ପୁଣି ଅଡୁଆରେ ପଡିପାରନ୍ତି ସଲମାନ୍ ଖାନ୍ । ମିଛ ଶପଥ ପତ୍ର(affidavit)ଅଦାଲତରେ ହାଜର କରିବା ମାମଲାରେ ଅଭିନେତା ସଲମାନଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହୋଇପାରେ । ୧୯୯୮ ମସିହାରେ ହରିଣ ଶିକାର ମାମଲା ସହିତ ଜଡିତ ଆମ୍ସ ଆକ୍ଟ କେସରେ ସଲମାନ ବ୍ୟବହାର କରିଥିବା ଅସ୍ତ୍ରର ଲାଇସେନ୍ସ ହଜିଯାଇଥିବା ଶପଥ ପତ୍ର ହାଜର କରାଯାଇଥିଲା । ଅଭିୟୋଜନ ପକ୍ଷ ୨୦୦୬ ମସିହାରେ କୋର୍ଟଙ୍କୁ ବାଟବଣା କରିବା ପାଇଁ ମିଛ ଶପଥ ପତ୍ର ଦେଇଥିବା ଅଭିଯୋଗରେ ଦଣ୍ଡ ପ୍ରକ୍ରୀୟା ଧାରା ୩୪୦ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ଗୁହାରୀ କରିଥିଲେ ।

salman-khan1ସିଜେଏମ୍,ସୋଧପୁର(ଗ୍ରାମୀଣ) କୋର୍ଟରେ ମଙ୍ଗଳବାର ଏହି ମାମଲାର ଶୁଣାଣି ପୁରା ହୋଇଥିଲା ଏବଂ ଏବେ ଏହାର ନିଷ୍ପତ୍ତି ୧୭ ଜୁନ୍ ରେ ଆସିବ । ଯଦି ସଲମାନଙ୍କ ବିପକ୍ଷରେ ନିଷ୍ପତ୍ତି ଆସେ ତେବେ ତାଙ୍କ ଉପରେ ଆଉ ଏକ ମାମଲା ରୁଜୁ ହୋଇଯିବ । ୧୯୯୮ ମସିହାରେ ଯୋଦ୍ଧପୁରରେ ହମ୍ ସାଥ୍ ସାଥ୍ ହେଁ ଫିଲ୍ମ ସୁଟିଙ୍ଗ୍ ପାଇଁ ଯାଇଥିବା ସମୟରେ ସଲମାନ୍ ଖାନଙ୍କ ବିପକ୍ଷରେ କଳା ହରିଣ ଶିକାର କରିବା ଘଟଣାରେ ତିନୋଟି ମାମଲ ରୁଜୁ କରାଯାଇଥିଲା ।

salman-khanଏହି ସମୟରେ ଆମ୍ସ ଆକ୍ଟରେ ମାମଲା ମଧ୍ୟ ଏହି ଆଧାରରେ ରୁଜୁ କରାଯାଇଥିଲା କି ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା ସେ ସବୁର ଲାଇସେନ୍ସ ଅବଧି ସମାପ୍ତ ହୋଇଯାଇଥିଲା । ମାମଲାରେ ସଲମାନଙ୍କୁ ତାଙ୍କ ଅସ୍ତ୍ରର ଲାଇସେନ୍ସ କୋର୍ଟରେ ହାଜର କରିବାକୁ କୁହାଯାଇଥିଲା କିନ୍ତୁ ତାଙ୍କର ଲାଇସେନ୍ସ ହଜିଯାଇଥିବା ନେଇ ସେ କୋର୍ଟଙ୍କୁ ଶପଥ ପତ୍ର ଦେଇଥିଲେ । ଏହାପରେ ଅଭିୟୋଜନ ପକ୍ଷ କହିଥିଲେ କି, ଲାଇସେନ୍ସ ହଜିନଥିଲା ବରଂ ତାହା ନବୀକରଣ ପାଇଁ ଜମା କରାଯାଇଥିଲା ।

salman-khan (1)ସୂଚନା ଅନୁଯାୟୀ, ଆମ୍ସ ଆକ୍ଟରେ ସଲମାନଙ୍କୁ ଗତ ବର୍ଷ ଖଲାସ୍ କରାଯାଇଥିଲା। ହରିଣ ଶିକାରର ତିନୋଟି ମାମଲାରେ ଦୁଇଟିରେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ଶୁଣାଯାଇଥିଲା । ଯାହାର ଶୁଣାଣି ହାଇକୋର୍ଟରେ ଜାରି ରହିଛି । ହରିଣ ଶିକାରର ଗୋଟେ ମାମଲାରେ ହାଇକୋର୍ଟ ତାଙ୍କୁ ଖଲାସ କରିଥିଲେ । କିନ୍ତୁ ଏହାର ନିଷ୍ପତ୍ତି ବିପକ୍ଷରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ପାଖକୁ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.