ଆଜି ଗଙ୍ଗା ଦଶହରା: ଜାଣନ୍ତୁ ଏହାର ମହତ୍ବ ଏବଂ ଗଙ୍ଗା ସ୍ନାନ ସମୟରେ କେଉଁ ମନ୍ତ୍ର କରିବେ ଉଚ୍ଚାରଣ

ହିନ୍ଦୁ ଧର୍ମରେ ଅନେକ ପୂଜା ପର୍ବ ପାଳନ କରାଯାଇଥାଏ। ଏହି ସମସ୍ତ ପର୍ବ ମଧ୍ୟରେ ଗଙ୍ଗା ଦଶହରା ପର୍ବର ବିଶେଷ ମହତ୍ବ ରହିଛି। ପ୍ରାଚୀନ କାଳରେ ବ୍ରହ୍ମା ପରାଶକ୍ତି ସମସ୍ତ ଲୋକମାନଙ୍କର ଆଦି କାରଣ ହେଉ ବୋଲି ସୃଷ୍ଟିର ମୂଳପ୍ରକୃତି ନିକଟରେ ନିବେଦନ କରିଥିଲେ। ଏଥିସହ ଆପଣଙ୍କ ଠାରୁ ସୃଷ୍ଟିର ଆରମ୍ଭ ହେବ ବୋଲି ଭଗବାନ ବ୍ରହ୍ମା କହିଥିଲେ।

ବ୍ରହ୍ମାଙ୍କର ନିବେଦନରେ ପ୍ରକୃତି ଗାୟତ୍ରୀ, ସରସ୍ବତୀ, ଲକ୍ଷ୍ମୀ, ବ୍ରହ୍ମବିଦ୍ୟା ଉମା, ଶକ୍ତିବିଜା, ତପସ୍ବିନୀ ଏବଂ ଧର୍ମଦ୍ରଭା ଏହି ୭ଟି ରୂପରେ ଅଭିବ୍ୟକ୍ତ ହୋଇଥିଲେ। ଏହାପରେ ସପ୍ତମ ଦେବୀ ରୂପେ ପ୍ରତିଷ୍ଠିତ ହୋଇଥିବା ଧର୍ମଦ୍ରଭାଙ୍କୁ ସମସ୍ତ ଧର୍ମରେ ପ୍ରତିଷ୍ଠିତ ହେବାର ଦେଖିବା ପରେ ଭଗବାନ ବ୍ରହ୍ମା ତାଙ୍କୁ ନିଜର କମଣ୍ଡଳରେ ଧାରଣ କରିଥିଲେ। ଗଙ୍ଗା ଜଳ ପବିତ୍ର ଏବଂ ଶୁଭ ହୋଇଥାଏ। ହିନ୍ଦୁ ଧର୍ମର କୌଣସି ପୂଜା ପାଠରେ ଗଙ୍ଗା ଜଳର ପ୍ରୟୋଗ ମହତ୍ବପୂର୍ଣ୍ନ ହୋଇଥାଏ।

gangaଜାଣନ୍ତୁ ଏହି ପାପରୁ ମୁକ୍ତି ଦେଇଥାଏ ଗଙ୍ଗା ସ୍ନାନ:

ଗଙ୍ଗା ଧ୍ୟାନ ଏବଂ ସ୍ନାନରେ ଏହି ଦଶ ପ୍ରକାର ଦୋଷ ଯେଭଳି- କାମ, କ୍ରୋଧ, ଲୋଭ, ମୋହ ମାୟା, ତିକ୍ତତା, ଈର୍ଷା, ବ୍ରହ୍ମହତ୍ୟା, ଛଳ, କପଟ, ପରନିନ୍ଦା ଭଳି ପାପରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ ଅବୈଧ ସମ୍ପର୍କ, ବିନା କାରଣରେ ଜିୀବଜନ୍ତୁଙ୍କୁ କଷ୍ଟ ଦେବା, ମିଛ କହିବା ଏବଂ ଦୋକା ଦେବାରେ ଯେଉଁ ପାପ ଲାଗିଥାଏ, ସେହି ପାପ ମଧ୍ୟ ଗଙ୍ଗା ଦଶହରା ଦିନ ଗଙ୍ଗା ସ୍ନାନ କରିବା ଦ୍ବାରା ଏହି ସବୁ ପାପରୁ ମୁକ୍ତି ମିଳିଥାଏ ଏବଂ ମନ ପବିତ୍ର ହୋଇଥାଏ।

ganga dussehraଗଙ୍ଗା ସ୍ନାନ ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଫଳପ୍ରଦ ହୋଇଥାଏ।

‘विष्णु पादार्घ्य सम्भूते गंगे त्रिपथगामिनी! धर्मद्रवीति विख्याते पापं मे हर जाह्नवी।’

‘ॐ नमो गंगायै विश्वरूपिण्यै नारायण्यै नमो नमः। ‘

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.