ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ରେଜଲ୍ଟ

ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଆସନ୍ତା ୧୭ କିମ୍ବା ୧୮ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଗତ ତିନି ତାରିଖରେ ଯୁକ୍ତ ଦୁଇ ବଜ୍ଞାନ ପରୀକ୍ଷା ଫଳ ବାହାରିଥିଲା । ହେଲେ କଳା ଓ ବାଣିଜ୍ୟ ରେଜଲ୍ଟ କେବେ ବାହାରିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଚଳିତ ବର୍ଷ ବାତ୍ୟା ଫନି ଯୋଗୁ ଯୁକ୍ତ ଦୁଇ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.