ଦିଦିଙ୍କ ବାସଭବନରେ ପହଞ୍ଚିଲେ ଭାଇଜାନ, ଅଧଘଣ୍ଟା ଯାଏଁ ହେଲେ କଥାବାର୍ତ୍ତା

‘ଦି-ବ୍ୟାଙ୍ଗ କନସର୍ଟ ପାଇଁ କୋଲକତାରେ ପହଞ୍ଚିଥିଲେ ସଲମାନ ଖାନ । ଆଉ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଅଧଘଣ୍ଟା ଯାଏଁ କଥାବାର୍ତ୍ତା ହୋଇଥିଲେ ।

ବଲିଉଡର ଦବଙ୍ଗ ଖାନ ସଲମାନ ଖାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । କାଲିଘାଟରେ ଥିବା ବାସଭବନରେ ମମତାଙ୍କୁ ଭେଟିବା ସହିତ ଅଧଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । କୋଲକତାରେ ହୋଇଥିବା ‘ଦି-ବ୍ୟାଙ୍ଗ କନସର୍ଟ ପାଇଁ ସଲମାନ ଏବଂ ସୋନାକ୍ଷୀ ସେଠାରେ ପହଞ୍ଚିଛନ୍ତି । ତେବେ ସଲମାନ ବୁଲେଟ ପ୍ରୁଫ କାରରେ ମମତା ବାନାର୍ଜୀଙ୍କ ଘରକୁ ଯାଇଥିଲେ । ସଲମାନଙ୍କ ସହିତ ବଡିଗାର୍ଡ ଶେରା ମଧ୍ୟ ରହିଥିଲେ ।

ଉଭୟ ପାଖାପାଖି ଅଧଘଣ୍ଟା କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା ହେବା ପରେ ସଲମାନ ମମତାଙ୍କ ନିବାସରୁ କନସର୍ଟ ପାଇଁ ଯାଇଥିଲେ । ସଲମାନ କଡା ସୁରକ୍ଷା ସହିତ କୋଲକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚିଥିଲେ । ତାଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ପ୍ରଭୁ ଦେବା ଏବଂ ଆୟୁଷ ଶର୍ମା ମଧ୍ୟ ଥିଲେ।


ବଲିଉଡର ସବୁଠୁ ବଡ ଡ୍ୟାନ୍ସ ଏବଂ ମ୍ୟୁଜିକାଲ୍ ସୋ ‘ଦି-ବ୍ୟାଙ୍ଗ କୋଲକାତାର ଐତିହାସିକ ଇଷ୍ଟ ବେଙ୍ଗଲ କ୍ଲବରେ ଆୟୋଜିତ ହୋଇଯାଇଛି । ତେବେ ଏଥର ସଲମାନଙ୍କ ସୁରକ୍ଷାକୁ ନେଇ ବିଶେଷ ଗୁରୁତ୍ୱ ଦିଆଯାଇ ଥିଲା । ବଲିଉଡ ସୁପରଷ୍ଟାରଙ୍କୁ ଚଳିତ ବର୍ଷ ମୃତ୍ୟୁ ଧମକ ଦିଆଯାଇଛି, ଯାହା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.