ସର୍ଜରୀ ପରେ ବୈଶାଖୀ ଧରି ଚାଲିଲେ କେଏଲ୍ ରାହୁଲ, ଫିଟ୍ ହେବାକୁ ଲାଗିବ ୨-୩ ମାସ
ଜଙ୍ଘ ସର୍ଜରୀ ପରେ ବୈଶାଖୀ ଧରି ଚାଲୁଥିବାର ନଜର ଆସିଲେ କେଏଲ୍ ରାହୁଲ । ଇନଷ୍ଟାରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା । ସୁସ୍ଥ ହେବାକୁ ଆଉ ୨-୩ ମାସ ଲାଗିବ ବୋଲି ଖବର ମିଳିଛି ।
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ତଥା ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ କେଏଲ ରାହୁଲ ଆହତ ହୋଇଛନ୍ତି । ଆହତ ହେବା ପରେ ରାହୁଲଙ୍କ ଜଙ୍ଘର ସଫଳ ଅସ୍ତ୍ରୋପଚାର ହୋଇଛି । ଆଉ ଅସ୍ତ୍ରୋପଚାର ପରେ ରାହୁଲ ବୈଶାଖୀ ଧରି ଚାଲୁଛନ୍ତି । ଯାହାର ଫଟୋ ସାମ୍ନାକୁ ଆସିଛି ।
ସର୍ଜରୀ ପରେ କେଏଲ ରାହୁଲ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ ରାସ୍ତାରେ ଓ୍ଵାକର ସାହାରାରେ ଚାଲୁଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ତାଙ୍କ ସହିତ ପତ୍ନୀ ଆଥିୟା ମଧ୍ୟ ନଜର ଆସିଛନ୍ତି । କେଏଲ ରାହୁଲଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବଶୀଘ୍ର ସୁଧୁରୁଛି । ଏହାପୂର୍ବରୁ ରାହୁଲ ନିଜ ଜଙ୍ଘର ସଫଳ ଅସ୍ତ୍ରୋପଚାର ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ । ଏହାକୁ ସଂପୂର୍ଣ୍ଣ ଭାବେ ଠିକ୍ ହେବା ପରେ ୨- ୩ ମାସ ଲାଗିବ ।
View this post on Instagram
ଲକ୍ଷ୍ନୌ ଏବଂ ଆରସିବି ମ୍ୟାଚ୍ ସମୟରେ ଜଙ୍ଘରେ ଆଘାତ ଲାଗିବା ଯୋଗୁଁ ଆହତ ଯୋଗୁଁ ଆଇପିଏଲ୍ ଏବଂ WTC ଫାଇନାଲରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଲକ୍ଷ୍ନୌର ଅଧିନାୟକ ଦାୟିତ୍ୱ କୁନାଲ ପାଣ୍ଡ୍ୟାଙ୍କୁ ଦିଆଯାଇଛି । ତେବେ ଏହାପୂର୍ବରୁWTC ଫାଇନାଲରେ ତାଙ୍କୁ ଟିମରେ ସାମିଲ କରିଥିଲା । ରାହୁଲ ଫିଟ୍ ନ ହେବା କାରଣରୁ ଏବେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଟିମରେ ସ୍ଥାନ ମିଳିଛି ।
View this post on Instagram
ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ । ଲକ୍ଷ୍ନୌ ସୁପରଜିଆଣ୍ଡସ ଅଧିନାୟକ କେଏଲ ରାହୁଲ ବାଙ୍ଗାଲୋର ବିପକ୍ଷରେ ଖେଳୁଥିବା ସମୟରେ ଜଙ୍ଘରେ ଆଘାତ ଲାଗିଥିଲା । ରାହୁଲଙ୍କୁ ମାର୍କସ ଷ୍ଟୋଇନିସଙ୍କ ବଲରେ ଫାପ୍ ଡୁ ପ୍ଲେସିସି କଭର ଡ୍ରାଇଭକୁ ବାଉଣ୍ଡ୍ରୀରେ ରୋକିବା ସମୟରେ ଆଘାତ ଲାଗିଥିଲା ।
ଗତକିଛି ବର୍ଷ ହେଲାଣି କେଏଲ ରାହୁଲ ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ଆଇପିଏଲ ୨୦୨୩ରେ ମଧ୍ୟଭଲ ପ୍ରଦର୍ଶନ କରିନାହାନ୍ତି । ସେହିଭଳି ବର୍ଡର ଗାଭାସ୍କର ଟ୍ରଫିରେ ଅସଫଳତା ପରେ ଟେଷ୍ଟ ଟିମରୁ ବାଦ୍ ଦିଆଯାଇଥିଲା । ଶ୍ରେୟସ ଆୟର ଏବଂ ରିଷଭ ପନ୍ତ ଆହତ ହେବା ଯୋଗୁଁ ତାଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ମିଳିଥିଲା । କିନ୍ତୁ ଆହତ ଜନିତ ସମସ୍ୟା ଯୋଗୁଁ ଏବେ ରାହୁଲ ମଧ୍ୟ WTC ଫାଇନାଲରେ ଟିମରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସ୍ଥାନ ମିଳିଛି ।
WTC ଫାଇନାଲ ଲଣ୍ଡନର ଓଭାଲରେ ୭ ଜୁନରୁ ଆରମ୍ଭ ହେବ । ତେବେ ରାହୁଲWTC ଫାଇନାଲରୁ ବାଦ୍ ପଡିବା ନିଜେ ସୋସିଆଲ ମିଡିଆରେ ସେୟାର କରି ଜଣାଇଥିଲେ ।