Below header

‘ବିଗ୍ ବସ୍ ୧୩’ରେ ୪୦୦ କୋଟି ନୁହେଁ, ଏତିକି ନେବେ ସଲମାନ୍ ଖାନ୍, ଜାଣନ୍ତୁ ଏପିସୋଡ୍ ଫିଛା କେତେ ରହିଛି ଫିସ୍

ବିଗ୍ ବସରେ ସଲମାନ୍ ଖାନଙ୍କ ଫିସକୁ ନେଇ ଲମ୍ବା ସମୟ ଧରି ଖବର ଆସୁଥିଲା। କୁହାଯାଉଥିଲା କି, ସଲମାନ୍ ‘ବିଗ୍ ବସ୍ ସିଜନ୍ ୧୩’ରେ ଗୋଟିଏ ଏପିସୋଡ ପିଛା ୩୧ କୋଟି ଟଙ୍କା ନେବେ, ଯେଉଁଥିରେ ତାଙ୍କ ଫିସ୍ ପାଖାପାଖି ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚୁଥିଲା। କିନ୍ତୁ ଏବେ ଶୁଣିବାକୁ ମିଳୁଛି, ବିଗ୍ ବସ୍ ୧୩ ପାଇଁ ସଲମାନଙ୍କ ୪୦୦ କୋଟି ଟଙ୍କାର ଦାବି ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କ ଟିମ ସହିତ ଜଡ଼ିତ ସୂତ୍ର ବିଗ୍ ବସ୍ ପିଙ୍କବିଲ୍ଲା ସହ କଥାକର୍ତ୍ତା କରି ସତ୍ୟର ଖୁଲାସା କରିଛି।

ସୂଚନାନୁଯାୟୀ, ‘ବିଗ୍ ବସ୍ ୧୩’ ପାଇଁ ସଲମାନ୍ ଖାନ୍ ପାଖାପାଖି ୨୦୦ କୋଟି ଟଙ୍କା ନେଉଛନ୍ତି ଅର୍ଥାତ୍ ଗୋଟିଏ ଏପିସୋଡ ପିଛା ତାଙ୍କୁ ୧୩ କୋଟି ଟଙ୍କା ଦିଆଯିବ। ଏହାପୂର୍ବରୁ ସଜନ୍ ୧୨ରେ ସେ ୧୧ କୋଟି ଟଙ୍କା ଏପିସୋଡ ପିଛା ନେଉଥିଲେ। ଏଥର ତାଙ୍କ ଫିସ୍ ୨ କୋଟି ଟଙ୍କା ବଢ଼ିଛି।

ଗୋଟିଏ ଶୋ ପାଇଁ ୨୦୦ କୋଟି ଟଙ୍କା ଦାବି କରୁଥିବା ସଲମାନ୍ ଛୋଟ ପରଦାରେ ସବୁଠାରୁ ଦାମୀ ସେଲିବ୍ରିଟି। ଏମିତିରେ ଅନେକ ରିୟାଲିଟି ଶୋରେ ବହୁ ସେଲିବ୍ରିଟି ନଜର ଆସୁଛନ୍ତି। କିନ୍ତୁ ବକ୍ସ ଅଫିସରେ ଯେପରି ଭାଇଜାନଙ୍କ ସିକ୍କା ଚାଲିଛି, ଛୋଟ ପରଦାରେ ମଧ୍ୟ ଅଧିକ ଫିସ୍ ନେବାରେ ସେ ବାଜି ମାରି ନେଇଛନ୍ତି।

big bossବର୍ତ୍ତମାନ ସଲମାନ୍ ‘ଦବଙ୍ଗ-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାଛଡ଼ା ୨୦୨୦ରେ ଆସୁଥିବା ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଇନଶା ଅଲ୍ଲା’ରେ ସେ ନଜର ଆସିବେ। ଦବଙ୍ଗ-୩ର ଶୁଟିଂ ଶେଷ ହେବା ପରେ ଭାଇଜାନ୍ ‘ଇନଶା ଅଲ୍ଲା’ର ଶୁଟିଂ କରିବେ। ଏହି ଫିଲ୍ମରେ ତାଙ୍କ ସହ ଆଲିଆ ଭଟ୍ଟ ବି ନଜର ଆସିବାର ଅଛି। ଆଲିଆ ପ୍ରଥମ ଥର ପାଇଁ ସଲମାନଙ୍କ ସହ କାମ କରିବାକୁ ଯାଉଛନ୍ତି। ଉଭୟଙ୍କ ମଧ୍ୟରେ ବୟସର ତାରତମ୍ୟ ଦେଖିଲେ ଦର୍ଶକଙ୍କ ମନରେ ଏହା ଜାଣିବାକୁ ଉତ୍କଣ୍ଠା ହେବ ଯେ, କ’ଣ ଏହି ଫିଲ୍ମର କାହାଣୀ, ଯେଉଁଥିରେ ସଲମାନ୍ ଓ ଆଲିଆଙ୍କୁ ନେଇ କାଷ୍ଟ କରାଯାଇଛି। ଏମିତିରେ ଭଂସାଲିଙ୍କ ଫିଲ୍ମ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.