ସଲମାନଙ୍କ ନୂଆ ଗୀତ ‘ତେରେ ବିନା’ର ଟିଜର ରିଲିଜ, ପୁଣି ଜ୍ୟାକଲିନଙ୍କ ସହ ରୋମାନ୍ସ କଲେ ଭାଇଜାନ

ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ଏକ ନୂଆ ଗୀତ ‘ତେରେ ବିନା’ର ଟିଜର ଲଞ୍ଚ ହୋଇଛି। ଏହି ଗୀତଟି ଆସନ୍ତାକାଲି ଅର୍ଥା ୧୨ ମଇରେ ଲଞ୍ଚ ହେବ। ଏଥିରେ ସଲମାନଙ୍କ ସହ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ମଧ୍ୟ ନଜର ଆସିବେ। ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି।

jac

ସଲମାନ୍ ଖାନ୍ ଓ ଜ୍ୟାକିଲନ୍ ଫର୍ଣ୍ଣାଡିଜଙ୍କ ଏହି ଲଭ୍ ସଙ୍ଗର ଟିଜରକୁ ସମସ୍ତେ ପସନ୍ଦ କରୁଛନ୍ତି । ଉଭୟ ନିଜ ଫିଲ୍ମ ‘କିକ୍’ ପରେ ଏକାଠି ନଜର ଆସିଛନ୍ତି । ଉଭୟଙ୍କ ରୋମାଣ୍ଟିକ୍ ଅନ୍ଦାଜ ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି ।

ଏହି ଟିଜରକୁ ଏପର୍ଯ୍ୟନ୍ତ ୧୧ ଲକ୍ଷ ଲୋକ ଦେଖିସାରିଲେଣି । ସଲମାନ୍ ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ନିଜ ବନ୍ଧୁ ଅଜୟ ଭାଟିଆଙ୍କ ଦ୍ୱାରା କମ୍ପୋଜ ହୋଇଥିବା ଏହି ଗୀତରେ ସଲମାନ୍ ନିଜେ ସ୍ୱର ଦେଇଛନ୍ତି । ଏହାକୁ ଲେଖିଛନ୍ତି ଶବୀର ଅହମଦ । ଏହି ଗୀତକୁ ସଲମାନ୍ ଖାନଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିଲିଜ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.