ପୁଣି ରୋମାନ୍ସ କରିବେ ୯୦ ଦଶକର ହିଟ୍ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ, ‘ଘୁଡ଼ଚଢ଼ି’ରେ ଆସିବେ ନଜର

ପୁଣିଥରେ ଫେରୁଛନ୍ତି ୯୦ ଦଶକର ରୋମାଣ୍ଟିକ୍ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ। ଫିଲ୍ମ ‘ଘୁଡ଼ଚଢ଼ି’ରେ ଦର୍ଶକେ ଏମାନଙ୍କୁ ଦେଖିବାର ସୁଯୋଗ ପାଇବେ। ବଲିଉଡ୍ର ସୁପରଷ୍ଟାର ସଞ୍ଜୟ ଦତ୍ତ ନିଜ ଆଗାମୀ ଫିଲ୍ମ ‘ଘୁଡ଼ଚଢ଼ି’ର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି। ସଞ୍ଜୟ ଦତ୍ତ ଟ୍ଵିଟରରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ବଗିଚାରେ ଯୋଗ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ଏହି ଟ୍ଵିଟ୍ରେ ସଞ୍ଜୟ ଜ୍ୟୋତିଷ ବାଲୁ ମୁନ୍ନାଙ୍ଗୀଙ୍କୁ ଟ୍ୟାଗ୍ କରିଛନ୍ତି, ଯାହା ଠାରୁ କରଣ ଜୋହର, ଅଜୟ ଦେବଗନ୍ ଓ ନିଜେ ସଞ୍ଜୟ ଦତ୍ତ ବି ପରାମର୍ଶ ନେଇଥାନ୍ତି।
ସଞ୍ଜୟ ଦତ୍ତ ଏହି ପୋଷ୍ଟର କ୍ୟାପସନ୍ରେ ଲେଖିଛନ୍ତି- ଏହି ନୂଆ ଆରମ୍ଭ ପାଇଁ ଏନର୍ଜି ଯୋଗାଇଥିବାରୁ ଧନ୍ୟବାଦ ବାଲୁ ମୁନ୍ନାଙ୍ଗୀ। ଆପଣଙ୍କ ଉପସ୍ଥିତି ସବୁବେଳେ ଭଲ ଲାଗେ।
Thank you @balu_munnangi for bringing your energy to this new beginnings. Appreciate your presence always. pic.twitter.com/IUZzNBFAHl
— Sanjay Dutt (@duttsanjay) February 22, 2022
ବିନୟ ଗାନ୍ଧୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଘୁଡ଼ଚଢ଼ି’ ବ୍ୟତୀତ ସଞ୍ଜୟ ଦତ୍ତ ୟଶଙ୍କ ଅଭିନୀତ ଫିଲ୍ମ ‘କେଜିଏଫ୍ ଚାପ୍ଟର ୨’ରେ ଅଧୀରା ରୂପରେ ବି ନଜର ଆସିବେ। ଏହି ଫିଲ୍ମ ଏପ୍ରିଲ ୧୪ ରେ ରିଲିଜ୍ ହେବ। ତାଙ୍କ ହାତରେ ଶମଶେର ଓ ତୁଳସୀ ଦାସ ଜୁନିୟର ଭଳି ଫିଲ୍ମ ମଧ୍ୟ ରହିଛି।
Bringing the laughter, drama with a fun-packed movie #Ghudchadi, at your doorstep soon 🎉@TandonRaveena @KhushaliKumar @LaghateParth #ArunaIrani #BinoyGandhi #BhushanKumar #KrishanKumar @realnidhidutta @deep_world @TSeries @keepdreamingpic pic.twitter.com/tY4sVae1Li
— Sanjay Dutt (@duttsanjay) February 23, 2022
‘ଘୁଡ଼ଚଢ଼ି’ରେ ସଞ୍ଜୟ ଦତ୍ତଙ୍କ ସହ ରବୀନା ଟଣ୍ଡନ୍ ସ୍କ୍ରିନ୍ ସେୟାର କରୁଛନ୍ତି। ଫିଲ୍ମରେ ନବେ ଦଶକର ହିଟ୍ ଯୋଡ଼ି ସଞ୍ଜୟ ଓ ରବୀନାଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିବ।
ଏହି ଫିଲ୍ମରେ ଟିଭି ଷ୍ଟାର ପାର୍ଥ ସମଥାନ ମଧ୍ୟ ନଜର ଆସିବେ। ପାର୍ଥ ସମଥାନ ଏହି ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ରିଲିଜ୍ ତାରିଖ ଏବେ ଯାଏଁ ସାମ୍ନାକୁ ଆସିନାହିଁ। କିନ୍ତୁ ସୁଟିଂ ଆରମ୍ଭ ହୋଇସାରିଥିବାରୁ ଆଶା କରାଯାଉଛି ଯେ ଚଳିତବର୍ଷ ଶେଷ ଆଡ଼କୁ ଏହା ପରଦାକୁ ଆସିପାରେ।