Below header

ମୟୁରଭଞ୍ଜ: ଶୁକୃଳି ବଜାରର ଗିରିଜା ହୋଟେଲ ସାମ୍ନାରେ ସଡକ ଦୁର୍ଘଟଣା, ଜଣେ ମହିଳାଙ୍କ ମୃତ୍ୟୁ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା  ଶୁକୃଳି ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ । ଘଟଣା ଘଟିଛି ରରୁଆ ଥାନା ଅନ୍ତର୍ଗତ ଶୁକୃଳି ବଜାରରେ ଥିବା ଗିରିଜା ହୋଟେଲ ସାମ୍ନାରେ । ବାଇକକୁ ପଛ ପଟୁ ଏକ ୧୦ ଚକିଆ ଗାଡି ଧକା ଦେବାରୁ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହେଇଥିବର ଅଭିଯୋଗ ହେଇଛି ।

ସଡ଼କ ଦୁର୍ଘଟଣାରେ ବାସନ୍ତୀ ନାଏକଙ୍କ ମୃତ୍ୟୁ ହେଇଥିବର ସମ୍ପର୍କୀୟ ବୁଲୁ ନାଏକ ସୂଚନା ଦେଇଛନ୍ତି । ବାସନ୍ତୀ ନାଏକ ବାପ ଘର ଠାକୁରମୁଣ୍ଡା ଅଞ୍ଚଳର ବୋଲି ଜଣା ପଡ଼ିଥିବା ବେଳେ ସ୍ୱାମୀ ଘର ହେଉଛି ରରୁଆ ଅଞ୍ଚଳରେ । ଏହି ଦୁର୍ଘଟଣା ବିଳମ୍ବିତ ରାତ୍ରରେ ହେଇଥିବର ସୂଚନା ଦେଇଛନ୍ତି ବୁଲୁ ନାଏକ । ଦୁର୍ଘଟଣା କେମିତି ହେଲା ସେ ସମୟରେ କିଏ ଉପସ୍ଥିତ ଥିଲେ ତାହା ରରୁଆ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.