ପେଟ୍ରୋଲ ବାସ୍ନା ଶୁଂଘିବାକୁ ଭଲ ଲାଗୁଛି କି! ଜାଣନ୍ତୁ ଏହାର ସାଂଘାତିକ ଶାରୀରିକ କୁ-ପ୍ରଭାବ

ଅନେକ ଲୋକଙ୍କୁ ପେଟ୍ରୋଲର ବାସ୍ନା ଶୁଂଘିବାକୁ ଭଲ ଲାଗିଥାଏ। କିନ୍ତୁ ଏହା ଏକ ଖରାପ ଅଭ୍ୟାସ। ଏହାକୁ ସ୍ନିଫିଙ୍ଗ୍‌ ପେଟ୍ରୋଲ ବା ସ୍ନିଫିଙ୍ଗ୍‌ ଗ୍ୟାସୋଲିନ ବୋଲି କୁହାଯାଏ। ଏହି ଅଭ୍ୟାସ ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାର ପ୍ରଭାବ ସିଧାସଳଖ ସେଣ୍ଟାଲ୍‌ ନର୍ଭସ ସିଷ୍ଟମ ଉପରେ ପଡିଥାଏ। ପେଟ୍ରୋଲର ବାସ୍ନା ଆମ ମସ୍ତିଷ୍କ ଉପରେ ଅନେକ କୁପ୍ରଭାବ ପକାଇଥାଏ। ଫଳରେ ଏହା ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରି ମୃତ୍ୟୁର କାରଣ ବନିଯାଏ। ଯୁବପିଢ଼ିଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ। ଅନେକ ଲୋକ ଏହାକୁ ଡ୍ରଗସ୍‌ ହିସାବରେ ବି ବ୍ୟବହାର କରନ୍ତି, ଯାହା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ।

ପେଟ୍ରୋଲ ଶୁଂଘିବା ଦ୍ୱାରା ହେଉଥିବା କ୍ଷତି

ପ୍ରତିଦିନ ପେଟ୍ରୋଲ ଶୁଂଘିବା ଦ୍ୱାରା ନିଶ୍ୱାସ ନେବାରେ କଷ୍ଟ, ଗଳା ଦରଜ, ମଳରେ ରକ୍ତ ପଡିବା, ମୁଣ୍ଡ ବୁଲେଇବା, ଚିଡଚିଡା ଲାଗିବା, ମନ ଅଶାନ୍ତ ରହିବା, ଭୋକ ନଲାଗିବା, ନିଦ ନହେବା, ଡିପ୍ରେସନ, ବେହୋସ ହୋଇଯିବା, ଅଧିକ ମୁଣ୍ଡ ବିନ୍ଧିବା, ଥକାପଣ, ଶରୀର ଦୁର୍ବଳ ଲାଗିବା, ପେଟ କାଟିବା, ଆଖିକୁ ଠିକ୍‌ ଭାବେ ଦେଖାନଯିବା ଓ ବାନ୍ତି ହେବା ଭଳି ସମସ୍ୟା ଦେଖାଯାଇଥାଏ।

ଏହି ଅଭ୍ୟାସ କିପରି ଛାଡିବେ:

ଆପଣ ପେଟ୍ରୋଲ ଶୁଂଘୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖନ୍ତୁ ।
ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଗଲେ ମାସ୍କ ବ୍ୟବହାର କରନ୍ତୁ।
ଚିନ୍ତାରୁ ମୁକ୍ତି ପାଇବା ପାଇଁ ପେଟ୍ରୋଲ ଶୁଂଘିବାର ଅଭ୍ୟାସ କରନ୍ତୁ ନାହିଁ।

ଏହି ଅଭ୍ୟାସ ଛାଡିବା ପାଇଁ ଓପଲ ନାମକ ଗନ୍ଧମୁକ୍ତ ତେଲ ଲଞ୍ଚ କରାଯାଇଛି। ଏଥିରେ ଲିଡ୍‌ର ମାତ୍ରା ବହୁତ କମ୍‌ ରହିଥାଏ ଓ ସୁଗନ୍ଧିତ ହାଇଡ୍ରୋକାର୍ବନ ସ୍ୱଳ୍ପ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହାକୁ ବ୍ୟବହାର କରି ପେଟ୍ରୋଲ ଶୁଂଘିବାର ଅଭ୍ୟାସକୁ ବଦଳାଇ ହେବ। କିନ୍ତୁ ଏହାର ମୂଲ୍ୟ ଏତେ ଅଧିକ ଯେ ଏହାକୁ ଭାରତରେ ବ୍ୟବହାର କରିବା ମୁସ୍କିଲ ହୋଇଥାଏ।