Below header

ବଲିଉଡ଼ରେ ଡ଼େବ୍ଯୁ କରିବେ ଡ଼୍ଯାନ୍ସିଂ କୁଇନ୍ ସପନା ଚୌଧୁରୀ

ମୁମ୍ବାଇ : ନିଜର ଡ଼୍ଯାନ୍ସ ପାଇଁ ହରିୟାନାରେ ନାଁ କାରିବା ପରେ ରିଆଲିଟି ସୋ ବିଗବସରେ ତାଙ୍କୁ ମିଳିଥିଲା ପ୍ରକୃତ ଲୋକପ୍ରିୟତା। ତେବେ ପୂର୍ବରୁ କିଛି ଆଇଟମ ନମ୍ବରରେ ନଜର ଆସିଥିବା ସପନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ନାମ ନାମ ଦୋସ୍ତି କେ ସାଇଡ୍‌ ଇଫେକ୍ଟସ ରହିଥିବା ଜଣାପଡ଼ିଛି। ଫିଲ୍ମକୁ ନେଇ ସେ ବହୁତ ଖୁସି ଅଛନ୍ତି ଅଭିନେତ୍ରୀ ସପନା। ଏନେଇ ସେ କିଛି ଫଟୋ ସୋସିଆଲ  ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଜୋୟାଲ ଡେନିୟଲ ରହିଥିବା ବେଳେ ହାଦି ଅଲ୍ଲୀ ଏହାର ନିର୍ଦ୍ଦେଶନା ନେଇଛନ୍ତି ।

Sapna-Choudhary

ନିଜର ବିନଦାସ ଡ୍ୟାନ୍ସ ପାଇଁ ବେଶ ଲୋକପ୍ରିୟ ସପନା । ପୂର୍ବରୁ ସେ  ଅନେକ ଷ୍ଟେଜ୍‌ ସୋ କରିସାରିଛନ୍ତି । ନିକଟରେ ଏକ ଆଇଟମ୍‌ ସଙ୍ଗ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା ସପନା ଚୌଧୁରୀଙ୍କୁ ।ତେବେ ଫିଲ୍ମରେ ସପନାଙ୍କ ଚରିତ୍ର ନେଇ କୌଣସି କୌଣସି ସୂଚନା ମିଳିନାହିଁ।

 

View this post on Instagram

 

dosti ke side effects …….! outfit @sitara_by_kim_joshi

A post shared by Sapna Choudhary (@itssapnachoudhary) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.