ଏହି ନାୟିକାଙ୍କ ସହ ରହିଛି ସଚିନଙ୍କ ସଂପର୍କ, କ୍ରିକେଟ୍ କିମ୍ବଦନ୍ତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ସଚିନଙ୍କ ବିରୋଧରେ ସାଙ୍ଗାତିକ୍ ଅଭିଯୋଗ । ସାଉଥ୍ ଅଭିନେତ୍ରୀ ଶ୍ରୀରେଡୀଙ୍କ ସହ ଥିଲା ପ୍ରେମ ସମ୍ପର୍କ । ଏକଥା ଆମେ ନୁହେଁ ନିଜେ ଶ୍ରୀ ରେଡୀ କହିଛନ୍ତି । ଏପରିକି ସଚିନଙ୍କ ସହ ନିଜ ସଂପର୍କକୁ ନେଇ ଫେସବୁକରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ।

ଏହା ସହ ପଢନ୍ତୁ ହିରୋଇନଙ୍କ ସହ ରୋମାଣ୍ଟିକ୍ ମୁଡରେ ସଲମାନଙ୍କ ଭିଣୋଇ, ଏବେ କଣ କରିବେ ଅର୍ପିତା ?

ଶ୍ରୀ ରେଡୀଙ୍କ ଏହି ପୋଷ୍ଟରେ ଲେଖିଛନ୍ତି – ଜଣେ ରୋମାଂଟିକ୍ ମଣିଷ ଯାହା ନାଁ ସଚିନ୍ ତେନ୍ଦୁଲକର, ଯେତେବେଳେ ହାଇଦ୍ରବାଦ୍ ଆସନ୍ତି ଚାର୍ମିଙ୍ଗ୍ ଗର୍ଲ ସହ ରୋମାନ୍ସ କରନ୍ତି । ହାଇ ପ୍ରୋଫାଇଲ୍ ଚାମୁଣ୍ଡେସ୍ବର ସ୍ବାମୀ ଏହାର ମଧ୍ୟସ୍ଥି ଅଛନ୍ତି । ବଡରୁ ବଡ ଲୋକ ଭଲ ଭାବରେ ରୋମାନ୍ସ କରିପାରନ୍ତି ।

ତେବେ ଶ୍ରୀ ରେଡୀଙ୍କର ଏହି ପୋଷ୍ଟ ପରେ ମାଷ୍ଟର ବ୍ଲାଷ୍ଟରଙ୍କ ଫାନମାନଙ୍କ ରାଗ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । କିଛି ୟୁଜର ଶ୍ରୀ ରେଡୀଙ୍କୁ ମାନସିକ ରୋଗୀ କହିବା ସହ କିଛି ତାଙ୍କ ଫେସବୁକ୍ ଆକାଉଂଟ୍ ବନ୍ଦ କରିଦେବାକୁ କହିଛନ୍ତି । ଜଣେ ୟୁଜର କହିଛନ୍ତି ଆମେ ସଚିନଙ୍କୁ ଭଲ ଭାବରେ ଜାଣୁ , ସେ ଖେଳଠାରୁ ଅଧିକ ନିଜ ବ୍ୟବହାର ପାଇଁ ଫ୍ୟାନଙ୍କ ହୃଦୟ ଜିତିଛନ୍ତି । ଅନ୍ୟପଟେ ଏନେଇ ସଚିନଙ୍କ ପ୍ରତିକ୍ରିୟା ମିଳିନାହିଁ ।

sri reddyତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ଶ୍ରୀ ରେଡୀ ସାଉଥର ଅନେକ ଷ୍ଟାରଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ସାରିଛନ୍ତି । ଏପରିକି କାଷ୍ଟିଂ କାଉଚକୁ ବିରୋଧ କରି ଟପ୍ ଲେସ୍ ହୋଇ ଚର୍ଚ୍ଚିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.