ଷ୍ଟେଜ ଉପରେ ଜବରଦସ୍ତ ଡ୍ୟାନ୍ସ କରୁଥିବାବେଳେ କଚାଡି ହୋଇ ପଡିଲେ ସପନା ଚୌଧୁରୀ, ଯାହାକୁ ଦେଖି ଏମିତି ଦେଲେ ରିଆକସନ୍‌ ଫ୍ୟାନ୍ସ

ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ ସବୁବେଳେ ନିଜ ଜବରଦସ୍ତ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ରୁହନ୍ତି। ସପନା ଚୌଧୁରୀଙ୍କୁ ନିଜ ଜବରଦସ୍ତ ଡ୍ୟାନ୍ସ ପାଇଁ ପିଲାଠୁ ବଡ ଯାଏଁ ସବୁ ଜାଣିଛନ୍ତି। ତାଙ୍କର ପ୍ରତ୍ୟେକ ଗୀତ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ ଏବଂ ବହୁତ ଶୁଣା ମଧ୍ୟ ଯାଇଥାଏ। ତେବେ ଏହି ସବୁ ମଧ୍ୟରେ ଦେଶୀ କ୍ୱିନ ସପନା ଚୌଧୁରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ସପନା ନାଚୁଥିବାବେଳେ ଜୋରସେ ତଳେ କଚାଡି ହୋଇ ପଡୁଛନ୍ତି।

sapna chaudhuriସପନା ଚୌଧୁରୀ ହରିୟାଣୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାବେଳେ ଦର୍ଶକ ଏକଦମ୍‌ ଉତ୍ସାହିତ ହୋଇପଡନ୍ତି। ତେବେ ଡ୍ୟାନ୍ସ କରୁଥିବା ସମୟରେ ସପନା ଷ୍ଟେଜ ଉପରେ ନିଜ ଫେମସ୍‌ ଡ୍ୟାନ୍ସ ଷ୍ଟେପ କରୁଥିବା ସମୟରେ ହଠାତ୍‌ ତାଙ୍କ ଗୋଡ ମୋଡି ହୋଇଗଲା ଆଉ ସେ ଷ୍ଟେଜ ଉପରେ କଚାଡି ହୋଇ ପଡିଯାଉଛନ୍ତି। ସପନାଙ୍କ ଏହି ଅବସ୍ଥା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ହରିୟାଣାର ଶାନ୍‌’ କୁହାଯାଉଥିବା ସବୁ ଗୀତ ଖୁବ୍‌ ଭାଇରାଲ ହୋଇଥାଏ। ସେହିପରି ଅନେକ ଥର ସପନାଙ୍କ ସହିତ ଷ୍ଟେଜ ଉପରେ କିଛି ନା କିଛି ଅଘଟଣ ଘଟିଥାଏ କିନ୍ତୁ ନିଜର ଡ୍ୟାନ୍ସକୁ ରୋକନ୍ତି ନାହିଁ ସପନା। କାହିଁକିନା ସେ କେବେବି ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରନ୍ତିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.