Below header

ସପନା ଚୌଧୁରୀ ସୋସିଆଲ ମିଡିଆରେ ଜଣାଇଲେ ନିଜ ‘ହିରୋ’ଙ୍କ ନାମ, ଭିଡିଓ ହେଉଛି ଭାଇରାଲ !

ହରିୟାଣୀ ଡ୍ୟାନ୍ସର, ବିଗ ବସ ପ୍ରତିଯୋଗୀତା ଏବଂ ଏବେ ବଲିଉଡ୍ ଅଭିନେତ୍ରୀ ହୋଇସାରିଥିବା ସପନା ଚୌଧୁରୀ ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ସୋସିଆଏ ମିଡିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି। ସେ ସବୁବେଳେ ତାଙ୍କ ଫ୍ୟାନଙ୍କ ସହିତ ନିଜର ଫଟୋ ଏବଂ ଫନି ଭିଡିଓ ସେୟାର କରୁଥିବାର ନଜର ଆସନ୍ତି। ତେବେ ନିକଟରେ ଏକ ଭିଡିଓ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଭିଡିଓକୁ ଦେଖିଲା ପରେ ସମସ୍ତେ ପ୍ରାୟ ପଚାରୁଛନ୍ତି ତାଙ୍କର ‘ହିରୋ’ କିଏ ଅଟନ୍ତି।

ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବିପାସା ବାସୁ ଏବଂ ଜନ୍ ଆବ୍ରାହମଙ୍କ ଫିଲ୍ମ ‘କୌନ ହେ ଯୋ ସପନେ ମେଁ ଆୟା’ ଏବଂ ‘ମେରା ସୋନା ତୁ’ ଗୀତ ଗାଉଛନ୍ତି। ସପନା ଏହି ଗୀତରେ ଜବରଦନ୍ସ ଅଭିନୟ ଏବଂ ଏକ୍ସପ୍ରେସନ ମଧ୍ୟ ଦେଉଥିବାର ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। ଏହାସହିତ ଫ୍ୟାନ୍ସ ଏହି ଭିଡିଓରେ କମେଣ୍ଟ କରି କହିଛନ୍ତି ଯେ ସପନାଙ୍କୁ ତାଙ୍କ ‘ହିରୋ’ ମିଳିଯାଇଛି, ସେ ଏହି ଭିଡିଓ ତାଙ୍କ ହିରୋ ପାଇଁ କରିଛନ୍ତି।

sapnaଅବଶ୍ୟ ସପନାଙ୍କ ଫ୍ୟାନ୍ସ ତାଙ୍କୁ ମଜାକରେ ଏମିତି କମେଣ୍ଟ ଦେଇ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ଦେଖି କିଏ ତାଙ୍କ ସ୍ମାଇଲକୁ ପ୍ରଶଂସା କରୁଛି ତ ଆଉ କେହି ତାଙ୍କ ‘ଆସିକାନା ଅନ୍ଦାଜ’ରେ ଦିୱାନା ହେଇଯାଉଛନ୍ତି। ସପନାଙ୍କ ସୋସିଆଲ ଆକାଉଣ୍ଟ ଏମିତି ବହୁତ ଫନି ଭିଡିଓରେ ଭରି ହୋଇ ରହିଛି।

ଆପଣଙ୍କୁ ସପନାଙ୍କ କ୍ୟାରିୟର ବିଷୟରେ ଜାଣିବାକୁ ଚାହିଁବୁ ଯେ ସେ ପ୍ରଥମେ ହରିୟାଣୀ ଡ୍ୟାନ୍ସର ଭାବରେ ପରିଚିତ ଥିଲେ। ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁଁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା। ଯାହା ପରେ ସେ ବିଗବସ୍ ଘରେ ପ୍ରତିଯୋଗିତା ହୋଇଥିଲେ। ବର୍ତ୍ତମାନ ସପନା ଫିଲ୍ମ ‘ଦୋସ୍ତି କି ସାଇଡଇଫେକ୍ଟସ’ ଦ୍ବାରା ବଲିଉଡରେ ଡେବ୍ୟୁ କରିସାରିଛନ୍ତି। ସେ ବହୁତ ମ୍ୟୁଜିକ ଭିଡିଓ ମଧ୍ୟ କରିସାରିଛନ୍ତି।

 

 

View this post on Instagram

 

#desiqueen back with new #tiktok video 😍😍😍 @itssapnachoudhary @karan.mirza #sapnachoudhary #sapnachaudhary

A post shared by Sapna Choudhary (@isapnachaudhary) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.