ଭାରତରେ ପ୍ରାଚୀନ ସନାତନ ପରମ୍ପରା ଏବଂ ହିନ୍ଦୁ ଧର୍ମର ପ୍ରଚାର-ପ୍ରସାର କରିବାରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ମହାନ ଅବଦାନ ରହିଥିଲା। ଭାରତୀୟ ସନାତନ ପରମ୍ପରାକୁ ପୁରା ଦେଶରେ ପ୍ରଚାର କରିବା ପାଇଁ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଭାରତର ଚାରି କୋଣରେ ୪ଟି ଶଙ୍କରାଚାର୍ଯ୍ୟ ମଠ ସ୍ଥାପନା କରିଥିଲେ। ବର୍ତ୍ତମାନ ମଧ୍ୟ ଏହି ୪ଟି ମଠ ଶଙ୍କରାଚାର୍ଯ୍ୟଙ୍କ ନେତୃତ୍ୱରେ ସନାତନ ପରମ୍ପରାର ପ୍ରଚାର-ପ୍ରସାର କରୁଛନ୍ତି।
ଜାଣନ୍ତୁ ଶଙ୍କରାଚାର୍ଯ୍ୟ ଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଏହି ମଠ ସମ୍ପର୍କରେ
ସୄଙ୍ଗେରୀ ମଠ: ସୄଙ୍ଗେରୀ ଶାରଦା ପୀଠ ଦକ୍ଷିଣ ଭାରତର ରାମେଶ୍ବରମରେ ଅବସ୍ଥିତ। ସୄଙ୍ଗେରୀ ମଠ କର୍ଣ୍ଣାଟକର ସବୁଠାରୁ ପ୍ରସିଦ୍ଧ ମଠ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ କର୍ଣ୍ଣାଟକରେ ରାମଚନ୍ଦ୍ର ମଠ ମଧ୍ୟ ପ୍ରସିଦ୍ଧ। ଏଥିରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ସରସ୍ବତୀ, ଭାରତୀ ଆଦି ନାମ ବିଶେଷଣ ଲଗାଯାଇଥାଏ, ଯାହାଦ୍ବାରା ତାଙ୍କୁ ସେହି ସର୍ମ୍ପଦାୟର ସନ୍ନ୍ୟାସୀ କୁହାଯାଇଥାଏ। ଏହି ମଠର ମହାବାକ୍ୟ ହେଉଛି ‘ଅହଂ ବ୍ରହ୍ମାସ୍ମି’ ଏବଂ ଏଠାରେ ‘ଯଯୁଃ ବେଦ’ ସ୍ଥାପନା କରାଯାଇଛି। ଏହି ମଠର ମଠାଧୀଶ ଆଚାର୍ଯ୍ଯ ସୁରଦେବ ଥିଲେ।
ଗୋବର୍ଦ୍ଦନ ମଠ: ଗୋବର୍ଦ୍ଦନ ମଠ ଓଡ଼ିଶାର ପୁରୀରେ ଅବସ୍ଥିତ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହିତ ଗୋବର୍ଦ୍ଦନ ମଠର ସମ୍ବନ୍ଧ ରହିଛି। ବିହାର ଠାରୁ ରାଜମୁଦ୍ରି ପର୍ଯ୍ଯନ୍ତ ଏବଂ ଓଡ଼ିଶା ଠାରୁ ଅରୁଣାଞ୍ଚଳ ପ୍ରଦେଶ ଏହି ମଠ ଅର୍ନ୍ତଗତରେ ଆସିଥାଏ। ଗୋବର୍ଦ୍ଦନ ମଠରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ‘ଆରଣ୍ୟ’ ନାମ ବିଶେଷଣ ଯୋଗ କରାଯାଇଥାଏ, ଯାହାଦ୍ବାରା ତାଙ୍କୁ ସେହି ସମ୍ପ୍ରଦାୟର ସନ୍ନ୍ୟାସୀ କୁହାଯାଇଥାଏ। ଏହି ମଠର ମହାବାକ୍ୟ ହେଉଛି ‘ ପ୍ରଜ୍ଞାନଂ ବ୍ରହ୍ମା’ ଏବଂ ଏହି ମଠରେ ‘ଋକ୍ ବେଦ’ ସ୍ଥାପନା କରାଯାଇଛି। ଏହି ମଠର ମଠାଧୀଶ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୂର୍ବରୁ ଶିଷ୍ୟ ପଦ୍ମନାଭ ରହିଥିଲେ।
ଶାରଦା ମଠ: ଦ୍ବାରକା ମଠ ଶାରଦା ମଠ ନାମରେ ପରିଚିତ। ଏହି ମଠ ଗୁଜୁରାଟର ଦ୍ବାରକା ଧାମରେ ଅବସ୍ଥିତ। ଏହି ମଠରେ ଦୀକ୍ଷା ଦେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ‘ତୀର୍ଥ’ ଏବଂ ‘ଆଶ୍ରମ’ ସମ୍ପ୍ରଦାୟର ନାମ ବିଶେଷଣ ଲଗାଯାଇଥାଏ। ଏହି ମଠର ମହାବାକ୍ୟ ହେଉଛି ‘ତତ୍ବମସି’ ଏବଂ ଏଠାରେ ‘ସାମ ବେଦ’ ରଖାଯାଇଛି। ପ୍ରଥମେ ଶାରଦା ମଠର ମଠାଧୀଶ ହସ୍ତାମଲକ ଥିଲେ। ହସ୍ତାମଲକ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରମୁଖ ୪ଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲେ।
ଜ୍ୟୋର୍ତି ମଠ: ଜ୍ୟୋର୍ତି ମଠ ଉତ୍ତରାଖଣ୍ଡର ବଦ୍ରିକା ଆଶ୍ରମରେ ଅବସ୍ଥିତ। ଐତିହାସିକ ତଥ୍ୟ ଅନୁଯାୟୀ, ଜ୍ୟୋର୍ତି ମଠ ବୌଦିକ ଶିକ୍ଷା ଏବଂ ଜ୍ଞାନର ଏକ କେନ୍ଦ୍ର ସ୍ଥଳ, ଯାହାକୁ ଆଦି ଶଙ୍କରାଚାର୍ଯ୍ୟ ନିଜେ ୮ମ ଶତାଦ୍ଦୀରେ ସ୍ଥାପନା କରିଥିଲେ। ଜ୍ୟୋର୍ତି ମଠରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ‘ଗିରି’ ‘ପର୍ବତ’ ଏବଂ ‘ସାଗର’ ଆଦି ନାମ ବିଶେଷଣ ଯୋଗ କରାଯାଇଥାଏ। ଏହି ମଠର ମହାବାକ୍ୟ ହେଉଛି ‘ଅୟମାତ୍ମା ବ୍ରହ୍ମା’ ଏବଂ ଏହି ମଠରେ ‘ଅଥର୍ବ ବେଦ’ ସ୍ଥାପନ କରାଯାଇଛି। ଏହା ପୂର୍ବରୁ ଏହି ମଠର ମଠାଧୀଶ ଆଚାର୍ଯ୍ଯ ତୋଟକ ରହିଥିଲେ।