Below header

ସମୁଦ୍ରରେ ନିଆରା ଷ୍ଟାଇଲ୍‌ରେ ନଜର ଆସିଲେ ସାରା, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜର ଅନ୍ଦାଜ୍‌ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ସୂଚନା ମୁତାବକ ସାରା ଅଲ୍ଲୀ ଖାନ୍‌ କ୍ରିସମାସ୍‌ ଛୁଟି ସେଲିବ୍ରେଟ କରିବା ପାଇଁ ମାଳଦ୍ୱୀପ ଯାଇଛନ୍ତି, ଯାହାର ଅନେକ ଫଟୋ ଏବଂ ଭିଡିଓ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଆକ୍ଟ୍ରେସ୍‌ ସମୁଦ୍ରରେ ସ୍ୱିମିଂ ମଜା ନେଉଥିବାର ନଜର ଆସିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

sara-ali-khanସାରା ଅଲ୍ଳୀ ଖାନ୍‌ ଏହି ଭିଡିଓରେ ଖୁବ୍‌ ସୁନ୍ଦର ଦେଖାଯିବା ସହ ଲୋକମାନେ ତାଙ୍କର ଖୁବ୍‌ ତାରିଫ୍‌ ମଧ୍ୟ କରିଛନ୍ତି। କିଛି ଲୋକମାନେ ମଧ୍ୟ ତାଙ୍କ ଫଟୋରେ ବ୍ୟୁଟିଫୁଲ୍‌ ଏବଂ ସୁନ୍ଦର ବୋଲି କମେଣ୍ଟ ଦେଇଛନ୍ତି। ଏହା ପୂର୍ବରୁ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ କିଛି ଫେଟୋ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ସାଙ୍ଗଙ୍କ ସହ ନଜର ଆସିଛନ୍ତି।

https://www.instagram.com/p/B6jvcn-p-tG/?utm_source=ig_web_copy_link

ରିପୋର୍ଟ ଅନୁଯାୟୀ ବହୁତ ଜଲଦି ସାରା ଅଲ୍ଲୀ ଖାନ୍‌ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ‘ଲଭ ଆଜକଲ ୨’ (Love Aajkal 2) ରେ ନଜର ଆସିବେ। ଏହି ଫିଲ୍ମ ସହ ଅଭିନେତା ବରୁନ ଧାଓ୍ଵନଙ୍କ ସହ ‘କୁଲି ନମ୍ବର ୧’ ରେ ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସିବେ। ସୂଚନା ମୁତାବକ ସାରା ଅଲ୍ଲୀ ଖାନ୍‌ କେଦାରନାଥରେ ନିଜର ଜବରଦସ୍ତ ଆକ୍ଟିଂ ପାଇଁ ବେଷ୍ଟ ଡେବ୍ୟୁ ଆଓ୍ଵାର୍ଡ ମଧ୍ୟ ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.