କଳାହାଣ୍ଡି : ମଶାଣିରେ ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

କଳାହାଣ୍ଡି (କେନ୍ୟୁଜ୍) : ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିଜମରାର ମିନି ଷ୍ଟାଡିୟମ୍‌ ପାଖରେ ଥିବା ମଶାଣିରେ ଏହି ଘଟଣା ଘଟିଛି। ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଜମରା ଗାଁର ଦୁର୍ଯ୍ୟୋଧନ  ବାଗ। ଗତ ୩ ମାସ ତଳେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ସୁନିତା ବାଗ୍‌ଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଣି ଦୁର୍ଯ୍ୟୋଧନ ଆତ୍ମହତ୍ୟା କଣ ପାଇଁ କଲେ ତାହା ଏବେ ପ୍ରଶ୍ନବାଚୀ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.