ହାତ ମିଳାଇବା ପରେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନଙ୍କ କାନ୍ଧରେ ହାତ ମାରି ଦେଲେ ମହିଳା, ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ସବୁବେଳେ ନିଜ ଖାସ୍ ଅନ୍ଦାଜ୍ ପାଇଁ ସେ ଲାଇମଲାଇଟ୍ ରେ ରହିଥାନ୍ତି। ତାଙ୍କର ଚୁଲବୁଲି ସ୍ବଭାବ ଆଉ ନିଖୁଣ ଅଭିନୟ ତାଙ୍କୁ ଖୁବ୍ ଶୀଘ୍ର ସଫଳତାର ବାଟ କଢାଇ ନେଇଛି। ତେବେ ଏକଥା ସମସ୍ତଙ୍କୁ ଜଣା ଯେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କର ବହୁତ ପ୍ରଶଂସକ ରହିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ତାଙ୍କୁ ନେଇ ଏକ ଅଜବ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଭିଡିଟି ଖୁବ୍ କମ୍ ସମୟର। ଯେଉଁଥିରେ ଦେଖିବାକୁ ମିଳିଛି କି, ତାଙ୍କ ସହିତ ହାତ ମିଳାଇବା ପରେ ତାଙ୍କ କାନ୍ଧରେ ହାତ ମାରି ଚାଲିଗଲେ ଜଣେ ମହିଳା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ମହିଳାଙ୍କ ଏଭଳି ହରକତ୍ ଦେଖିବା ପରେ କେହି କିଛିବି ବୁଝି ପାରିନଥିବା ବେଳେ, ନିଜେ ସାରା ମଧ୍ଯ ମହିଳାଙ୍କ ବ୍ୟବହାର‌ ଦେଖି ଚମକି ପଡ଼ିଥିଲେ । ହେଲେ ସେ କୌଣସି ପ୍ରତିକ୍ରିୟା ନରଖି ସେଠାରୁ ହସିଦେଇ ଚାଲିଆସିଥିଲେ। ତେବେ ଏହି ଭିଡିଓଟି ମୁମ୍ବାଇ ବିମାନବନ୍ଦରର ବୋଲି ଜଣାପଡିଛି।

View this post on Instagram

 

A post shared by Viral Bhayani (@viralbhayani)

ସୂଚନା ମୁତାବକ, ସାରା ଉଦୟପୁରରୁ ମୁମ୍ବାଇ ଫେରିବା ପରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା। ଉଦୟପୁରରେ ସେ ଅଭିନେତା କାର୍ତ୍ତିକ ଆରୟନଙ୍କ ସହ ସମୟ ବିତାଇବା ପରେ ମୁମ୍ବାଇ ଫେରିଥିଲେ। ବିମାନବନ୍ଦରରେ ତାଙ୍କୁ ଦେଖିବା ପରେ ତାଙ୍କ ପ୍ରଶଂସକ ସେଲଫି ନେବା ଆରମ୍ଭ କରିଦେଇଥି‌ଲେ ଏବଂ ସାରା ମଧ୍ଯ ହସି ହସି ସମସ୍ତଙ୍କୁ ସେଲଫି ଦେଇଥିଲେ ।

ସେହି ସମୟରେ ଜଣେ ମହିଳା ଆସି ତାଙ୍କ ସହ ହାତ ମିଳାଇଥିଲେଏବଂ ଗଲାବେଳକୁ ସାରାଙ୍କ କାନ୍ଧରେ ହାତ ମାରି ଚାଲିଯାଇଥିଲେ। ମହିଳାଙ୍କ ଏଭଳି ବ୍ୟବହାର ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କୁ ଏବେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.