ପାଖକୁ ଯିବାରୁ ଗାଈ ମାରିଦେଲା ନାତ! ବିଜେପି ନେତାଙ୍କ ଭିଡିଓ ସେୟାର କରି ‘Cow Hug Day’ର ମଜା ଉଡ଼ାଉଛନ୍ତି ଲୋକେ

‘Cow Hug Day’ର ମଜା ଉଡ଼ାଉଛନ୍ତି ଲୋକେ। ଭାରତୀୟ ପଶୁ କଲ୍ୟାଣ ବୋର୍ଡ ଭ୍ୟାଲେଣ୍ଟାଇନ୍‌ ଡେ’କୁ ‘କାଓ ହଗ୍‌ ଡେ’ ରୂପେ ପାଳନ କରିବାକୁ ଅପିଲ୍‌ କରିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ।

ଭାରତୀୟ ପଶୁ କଲ୍ୟାଣ ବୋର୍ଡ ୧୪ ଫେବୃୟାରୀ ଅର୍ଥାତ୍‌ ଭ୍ୟାଲେଣ୍ଟାଇନ୍‌ ଡେ’କୁ ‘କାଓ ହଗ୍‌ ଡେ’ ରୂପେ ପାଳନ କରିବାକୁ ଅପିଲ୍‌ କରିଛି। ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହାରି ଭିତରେ ବିଜେପି ସାଂସଦ ଜିଭିଏଲ୍‌ ନରସିହ୍ମା ରାଓଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ନରସିହ୍ମା ଗାଈ ପାଖକୁ ଯିବାରୁ ଗାଈ ତାଙ୍କୁ ଜୋର୍‌ରେ ନାତ ମାରିଦେଉଛି। ଏହି ଭିଡିଓକୁ ସେୟାର କରି ଲୋକେ ‘କାଓ ହଗ୍‌ ଡେ’ର ମଜା ଉଠାଉଛନ୍ତି।

ଏହି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିଜେପି ସାଂସଦ ଜିଭିଏଲ୍‌ ନରସିହ୍ମା ରାଓ ନିଜ ପ୍ରଶଂସକ ଏବଂ ସମର୍ଥକଙ୍କ ସହ ଗାଈକୁ ପୂଜା କରିବାକୁ ଯାଇଥିଲେ। ଯେମିତି ହିଁ ସେମାନେ ଗାଈ ପାଖରେ ପହଞ୍ଚିଥିଲେ, ଠିକ୍‌ ସେତିକି ବେଳେ ଗାଈ ସେମାନଙ୍କୁ ନାତ ମାରିଥିଲା। ଏହି ସମୟରେ ସମସ୍ତେ ଡରିଯାଇ ପଛକୁ ଘୁଞ୍ଚି ଯାଇଥିଲେ। ଭିଡିଓକୁ ଲୋକେ ଖୁବ୍‌ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି।

ଜଣେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଭିଡିଓ ସେୟାର କରି ଲେଖିଛନ୍ତି ,‘କାଓ ହଗ୍‌ ଡେ’। ଫିଲ୍ମ ନିର୍ମାତା ପ୍ରକାଶ ରାଜ୍‌ ମଧ୍ୟ ଭିଡିଓ ସେୟାର କରି କମେଣ୍ଟ କରିଛନ୍ତି, ‘ବୋଧହୁଏ ଗାଈ ତା’ ଭ୍ୟାଲେଣ୍ଟାଇନ୍‌କୁ ଅପେକ୍ଷା କରି ରହିଥିଲା’। ସେହିପରି @minicnair ନାମକ ଟ୍ଵିଟର ହ୍ୟାଣ୍ଡେଲରୁ କୁହାଯାଇଛି ଯେ ‘ଏହା ଏତେ ସହଜ ନୁହେଁ’। @Abhilash279 ନାମକ ୟୁଜର ଲେଖିଛନ୍ତି, ‘ଭ୍ୟାଲେଣ୍ଟାଇନ୍‌ ଡେ’ରେ ଗାଈକୁ ଆଲିଙ୍ଗନ କରିବା ସେତିକି ହିଁ କଷ୍ଟକର, ଯେତିକି କାହାକୁ ଡେଟ୍‌ କରିବା’।

@FuschiaScribe ନାମକ ୟୁଜର କହିଛନ୍ତି, ‘ଗାଈକୁ ଆଲିଙ୍ଗନ କରିବା ପୂର୍ବରୁ ତା’ର ସହମତି ଜରୁରୀ, ନଚେତ୍‌ ଏମିତି ହିଁ ଅବସ୍ଥା ହେବ’। @Abhishe84958246 ନାମକ ଆକାଉଣ୍ଟରୁ କମେଣ୍ଟ କରାଯାଇଛି କି, ‘ଗାଈ ଅଜବ ପ୍ରକାରର ପ୍ରେମ ଦେଇଦେଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.