କଂଗ୍ରେସରେ ସାମିଲ୍ ହେବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ, ନୂଆଦିଲ୍ଲୀରେ ହେବ ମିଶ୍ରଣ ପର୍ବ

(କେନ୍ୟୁଜ): ଆଜି କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଉପସ୍ଥିତିରେ ଯୋଗଦେବେ । ଆଜି ଅପରାହ୍ଣ ୪ଟା ୩୦ରେ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉପସ୍ଥିତ ରହିବେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ।

୧୯୭୬ ବ୍ୟାଚ୍‌ର ଆଇଏଏସ ଅଫିସର ବିଜୟ ପଟ୍ଟନାୟକ। ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରି ୨୦୧୩ରେ ଅବସର ନେଇଥିଲେ। ପୂର୍ବରୁ ଜଙ୍ଗଲ ଓ ଜଳସମ୍ପଦ ବିଭାଗ ସଚିବ ଭାବେ କାର୍ଯ୍ୟ କରିଥିଲେ। ମୁ୍‌ଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। କଂଗ୍ରେସରେ ତାଙ୍କ ଯୋଗଦାନକୁ ନେଇ ପୂର୍ବରୁ ଭୁବନେଶ୍ୱରଠାରୁ ଆରମ୍ଭ କରି ନୂଆଦିଲ୍ଲୀ ଯାଏଁ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.