ଓ୍ଵାଟରପ୍ରୁଫ୍ ୫ଜି ଫୋନ୍ ଆଣୁଛି Nokia, ଚକାଚକ ଫିଚର୍ସ ସହ ଦାମ ବି ବହୁତ କମ୍
Nokia ପୁଣି ଭାରତୀୟ ମାର୍କେଟରେ ନିଜର ସ୍ୱତନ୍ତ୍ର ଜାଗା ବନାଇଛି । ମିଡ-ରେଞ୍ଜ୍ ଏବଂ ଏଣ୍ଟ୍ରି ଲେବଲ ଫୋନ୍ ଆଣିବା ପରେ ଏବେ ନୋକିଆ ବହୁତ ଜଲଦି ଦେଶରେ ନିଜର ସବୁଠାରୁ ପାଓ୍ଵାରଫୁଲ ୫ଜି ଫୋନ୍ ଲଞ୍ଚ୍ କରିବାକୁ ଯାଉଛି । ଯାହାର ନାମ ରହିଛି Nokia X30 5G । ଏହାକୁ ଗତବର୍ଷ ସେପ୍ଟେମ୍ବରରେ ଗ୍ଲୋବାଲ ମାର୍କେଟରେ ଲଞ୍ଚ୍ କରାଯାଇଥିଲା ।
ବର୍ତ୍ତମାନ ଏହି ଡିଭାଇସ ବହୁତ ଜଲଦି ଭାରତୀୟ ବଜାରରେ ଆସିବା ପାଇଁ ଏକଦମ୍ ପ୍ରସ୍ତୁତ । ଟ୍ଵିଟରରେ ନୋକିଆ ଇଣ୍ଡିଆର ଉପାଧ୍ୟକ୍ଷ ଏହି ସଂକେତ ଦେଇଛନ୍ତି । ସେ କହିଛନ୍ତି X30 5G ବହୁତ ଜଲଦି ଭାରତ ଆସୁଛି । ଯଦିଓ ଲଞ୍ଚ୍ ଡେଟର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ ।
Nokia X30 5G Specifications
Nokia X30 5G ଫିଚର୍ସ ସେଇୟା ରହିବ, ଯାହା ସେପ୍ଟେମ୍ବରରେ ଗ୍ଲୋବାଲୀ ଲଞ୍ଚ୍ ହୋଇଥିବା ଫୋନରେ ମିଳୁଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପରିବେଶକୁ ଅନୁକୂଳ ପାଇଁ ଫୋନକୁ ପ୍ରସ୍ତୁତ କରାଯାଇଛି । ଫୋନ୍ ୧୦୦% ରିସାଇକଲଡ ଆଲୁମିନିୟମ ଏବଂ ୬୫ ପ୍ରତିଶତ ପ୍ଲାଷ୍ଟିକ ସହ ବନାଯାଇଛି ।
ଫୋନରେ 90Hz ରିଫେଅସ ରେଟ ଏବଂ ସେଣ୍ଟର-ଆଲାଇନଡ ପଞ୍ଚ୍-ହୋଲ କଟଆଉଟ ସହିତ ୬.୪୩ ଇଞ୍ଚର AMOLED ଡିସପ୍ଲେ ମିଳିଥାଏ । ଡିଭାଇସ ଗରିଲ୍ଲା ଗ୍ଲାସ ଦ୍ୱାରା ସୁରକ୍ଷିତ ରହିଛି ଏବଂ ଓ୍ଵାରରପ୍ରୁଫ୍ । ଫୋନ୍ ସ୍ନାପଡ୍ରାଗନ୍ ୬୯୫ ପ୍ରୋସେସର ଦ୍ୱାରା ସଞ୍ଚାଳିତ ହୋଇଥାଏ ।
Nokia X30 5G Camera
Nokia X30 5Gରେ ଡୁଆଲ କ୍ୟାମେରା ସେଟଅପ୍ ମିଳିଥାଏ, ଯେଉଁଥିରେ ୫୦ଏମପିର ପ୍ରାଇମେରୀ ଏବଂ ୧୩ଏମପିର ଅଲଟ୍ରା ଓ୍ଵାଇଡ୍ ଆଙ୍ଗଲ୍ ଲେନ୍ସ ମିଳିଥାଏ । ସେହିପରି ସାମ୍ନା ଆଡକୁ ୧୬ଏମପିର ସେଲଫି ସୁଟର ରହିଛି । ଏହି 6GB + 128GB ଏବଂ 8GB + 256GB ରାମ୍ ଏବଂ ଷ୍ଟୋରେଜ୍ କନଫିଗେରେସନରେ ଲଞ୍ଚ୍ କରାଯାଇଛି । ଫୋନରେ 33W ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସହିତ 4,200mAh ବ୍ୟାଟେରୀ ମିଳିବ । Nokia X30 5Gର ଦାମ୍ ବୈଷିକ ବଜାରରେ ୫୨୯ ଡଲାର ଅର୍ଥାତ୍ ଭାରତୀୟ ବଜାରରେ ୪୩,୬୬୩ ଟଙ୍କା ।