ସଡକ ଦୁର୍ଘଟଣାରେ ଜଣାଶୁଣା ଅଭିନେତା ମୃତ, ସୋସିଆଲ ଫ୍ୟାନ୍ସ ଦେଉଛନ୍ତି ଶ୍ରଦ୍ଧାଞ୍ଜଳୀ

ଅଭିନେତା କେଭିନ କ୍ଲାର୍କଙ୍କ ର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମାତ୍ର ୩୨ ବର୍ଷ ବୟସରେ ସେ ଦୁନିଆରେ ବିଦାୟ ନେଇଛନ୍ତି। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନଙ୍କ ଠାରୁ ଷ୍ଟାର୍ ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି। କେଭିନଙ୍କୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

klarkବୁଧବାର ଚିକାଗୋ ରାସ୍ତାରେ ସାଇକେଲ ଚଳାଉଥିବା ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା, ଯାହାଫଳରେ କେଭିନଙ୍କର ମୃତ୍ୟୁ ହୋଇଥିଲା। କେଭିନ କ୍ଲାର୍କ ୨୦୦୩ ରେ ଜ୍ୟାକ୍ ବ୍ଲାକଙ୍କ ସହ ‘ସ୍କୁଲ୍ ଅଫ୍ ରକ୍’ରେ ଡ୍ରମର ଫ୍ରେଡି ‘ସ୍ପାଜି ମ୍ୟାଗି’ ଜୋନ୍ସ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଜବରଦସ୍ତ ଅଭିନୟ ତାଙ୍କୁ ଲୋକପ୍ରିୟ କରିଛି।

ପୋଲିସ ବୟାନରେ କହିଛି ଯେ କ୍ଲାର୍କ ସାଇକେଲ ନେଇ ଲୋଗାନ ବୁଲଭାର୍ଡରେ ପୂର୍ବ ଦିଗକୁ ଯାଉଥିବାବେଳେ, ପଶ୍ଚିମ ଆଭେନ୍ୟୁରେ ଦକ୍ଷିଣକୁ ଯାଉଥିବା ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର କିଛି ସମୟ ପରେ କେଭିନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.