Below header

ସ୍କନ୍ଧ ପୁରାଣରେ ରହିଛି ତଥ୍ୟ : ଏହି ଝରଣା ଜଳରେ ସ୍ୱୟଂ ଭଗବାନ ଶିବ କରନ୍ତି ଜଳାଭିଷେକ

ସନାତନ ଧର୍ମରେ ଭଗବାନ ଶିବଙ୍କୁ ବହୁତ ମାନ୍ୟତା ଦିଆଯାଇଛି । ଶିବଙ୍କ ମନ୍ଦିର ଭାରତ ବର୍ଷରେ ସବୁ ସ୍ଥାନରେ ରହିଛି । ତେବେ ଭଗବାନ ଶିବଙ୍କ ନିବାସ ସ୍ଥଳ କୈଳାସ ପର୍ବତ ବୋଲି କୁହାଯାଏ । ଉତ୍ତରାଖଣ୍ଡକୁ ଦେବଭୂମିର ମାନ୍ୟତା ଦିଆଯାଇଛି । ତେବେ ଆଜି ଆପଣଙ୍କୁ ଆମେ ଏମିତି ମନ୍ଦିର ସମ୍ପକ ର୍ରେ କହିବୁ ଯାହାର ବର୍ଣ୍ଣନା ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ରହିଛି ।

ଏହାଛଡ଼ା ଏଠାରେ ଏମିତି ଏକ ଝରଣା ରହିଛି ଯେଉଁଠି ଖୋଦ ମହାଦେବ ଜଳାଭିଷେକ କରନ୍ତି । ଏହି ମନ୍ଦିର ନାମ ହେଉଛି ପୁଙ୍ଗେଶ୍ୱର ମହାଦେବ ମନ୍ଦିର । ଉତ୍ତରାଖଣ୍ଡ ପେଥୋରଗଡ଼ରେ ଏହା ଅବସ୍ଥିତ । ଏଠାରେ ଶିବ ଲିଙ୍ଗ ସୁପାରି ରୂପରେ ବିରାଜମାନ ।

jugeswar temple
photo credit: patrika.com

ଯୁଗେଶ୍ୱର ମନ୍ଦିରର ଇତିହାସ :

ଏହି ଶିବ ମନ୍ଦିରର ନିର୍ମାଣ କତ୍ୟୁରୀ ରାଜ ଶାସନ (୭ ରୁ ୧୧ ମ ଶତାବ୍ଦୀ) ମଧ୍ୟରେ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ଏହି ମନ୍ଦିରରେ ଦର୍ଶନ ପରେ ହୋଇଥାଏ ।

ମାନ୍ୟତା ରହିଛି ଯେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିବା ପରେ ଏହି ମାର୍ଗ ଦେଇ କୈଳାସ ଯିବା ବାଟରେ ଏହି ଠାରେ ବିଶ୍ରାମ ନେଇଥିଲେ । ଏଠାରେ ପ୍ରଭୁଙ୍କ ସୁପାରି ବା ଗୁଆ ଖସିଥିଲା । ଯେଉଁ ସ୍ଥାନରେ ଗୁଆ ଖସିଥିଲା ସେଠାରେ ଭଗବାନ ଶିବ ସୁପାରି ରୂପରେ ବିରାଜମାନ ଅଛନ୍ତି । ପୁଙ୍ଗି ନାମରେ ବିଖ୍ୟାତ ଏହି ସ୍ଥାନ ଯୋଗୁ ଭଗବାନ ଶିବ ପୁଙ୍ଗୀଶ୍ୱର ମହାଦେବ ଭାବରେ ଏଠାରେ ମାନ୍ୟତା ପାଇଛନ୍ତି ।

ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ଏହି ମନ୍ଦିରର ନାମ ‘ପୁଙ୍ଗୀଶ୍ୱର ମନ୍ଦିର ’ ଭାବରେ ମାନ୍ୟତା ପାଇଛି । ଏହି ମନ୍ଦିରର ଉତ୍ତରରେ ଥିବା ଝରଣା ଦେଇ ଗିରିଗଙ୍ଗା ନଦୀ ବହି ଯାଉଛି । ଏହି ଝରଣା ଜଳରେ ଭଗବାନ ଶିବ ଜଳାଭିଷେକ କରନ୍ତି । ଏଠାରେ ଥିବା ‘ଲୁମ୍ବକା’ ନାମକ ବିଶାଳ ଗୁମ୍ଫାରେ ମହାଦେବ କିଛି ବର୍ଷ ଧରି ତପସ୍ୟା କରିଥିଲେ । ପ୍ରାକୃତିକ ପରିବେଶରେ ପୂର୍ଣ୍ଣ ଏହି ସ୍ଥାନକୁ ଭାରତର ସବୁ କୋଣରୁ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.