Below header

ମାଡ଼ାମ ତୁସାଦରେ ଦୀପିକାଙ୍କ ସହ ନଜର ଆସିବେ ସାହିଦ୍

ମୁମ୍ବାଇ : ବଲିଉଡ଼ର ପଦ୍ମାବତୀ ଦୀପିକା ପାଦୁକୋଣଙ୍କ ମହମ ପ୍ରତିମା ବହୁତ ଶୀଘ୍ର ଲଣ୍ଡନ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଛି। ଖାଲି ଦୀପିକା ନୁହଁ ତାଙ୍କ ସହ ନଜର ଆସିବାକୁ ଯାଉଛନ୍ତି ରାଜା ରତନ ସିଂ ଅର୍ଥାତ୍ ଅଭିନେତା ସାହିଦ୍ କପୁର। ଦୁଇ କଳାକାରଙ୍କ ପ୍ରତିମା ୨୦୧୯ ମସିହା ପ୍ରଥମ ଭାଗରେ ଲଣ୍ଡନ ମ୍ୟୁଜିୟମରେ ପ୍ରତିଷ୍ଠା ପାଇବାକୁ ଯାଉଥିବା ବେଳେ ଏହାର କିଛି ମାସ ପରେ ଦିଲ୍ଲୀ ମ୍ୟୁଜିୟମରେ ଏହାକୁ ପ୍ରତିଷ୍ଠା କରାଯିବା ଖବର ରହିଛି।

ବଲିଉଡ଼ରେ ବିଷିଷ୍ଟ ଅଭିନେତ୍ରୀ ମାନଙ୍କ ତାଲିକାରେ ସାମିଲ ଦୀପିକା ପାଦୁକୋଣ ତାଙ୍କ ଅଭିନୟ ଜୀବନ ସାହାରୁଖ ଖାନଙ୍କ ବିପକ୍ଷରେ ଓମ୍ ଶାନ୍ତି ଓମ ଫିଲ୍ମରୁ ଆରମ୍ଭ କରିଥିଲେ। ଦୀପିକାଙ୍କ ଅଭିନୟର ଜାଦୁ କେବଳ ବଲିଉଡ଼ ନୁହଁ ବରଂ ହଲିଉଡ଼ରେ ମଧ୍ୟ ଦେଖିବାକୁ ମିଳୁଛି। ନିଜର ମହମ ପ୍ରତିମା ମ୍ୟାଡ଼ମ୍ ତୁସାଦ ମ୍ୟୁଜିୟମରେ ସ୍ଥାପନ କରିବା ପାଇଁ ୨୦୦ରୁ ଅଧିକ ପ୍ରକାରର ମାପ ପ୍ରଦାନ କରିଛନ୍ତି ଦୀପିକା। ତାଙ୍କ ସହ ମହମ ମୂର୍ତ୍ତି ପାଇଁ ମାପ ଦେବାକୁ ପହଞ୍ଚିଥିଲେ ବଲିଉଡ଼ର ଚକୋଲେଟ ବଏ ଭାବେ ଗଣା ଯାଉଥିବା ସାହିଦ୍ କପୁର। ଦୁଇ କଳାକାର ଏହି ବିଷୟରେ କହିବାକୁ ଯାଇ ସୋସିଆଲ ମିଡ଼ିଆରେ ଫଟୋ ମଧ୍ୟ ଶେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.